ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଠାରେ ଗତ ୯ ତାରିଖ ଠାରୁ କାର୍ଯ୍ୟକ୍ଷମ ଟୋଲଗେଟରେ ଭାରତୀୟ ଜନତା ପାର୍ଟି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୦ମ ଦିନରେ ସ୍ଥଗିତ ରହିଛି। ଦାବି ଗୁଡିକ ମଧ୍ୟରେ ଠିକାସଂସ୍ଥା ‘ସ୍କାଇଲାର୍କ ଇଂଫ୍ରା ଇଞ୍ଜିନିଅରିଂ’ ପକ୍ଷରୁ ଟୋଲଗେଟରେ ଚୁକ୍ତିନାମାକୁ ଏଡାଇ ମନମୁଖି ଭାବେ ନିଯୁକ୍ତି ସମ୍ପର୍କରେ ଯାଞ୍ଚ କରାଯିବା, ନିଯୁକ୍ତି ପାଇଁ ଉତ୍କୋଚ ଆଦାୟ କରାଯିବା, ଜାଲ ପ୍ରମାଣପତ୍ରରେ ନିଯୁକ୍ତି ଦିଆଯିବା, ଶତପ୍ରତିଶଦ ସ୍ଥାନୀୟ ନିଯୁକ୍ତିକୁ ନିଶ୍ଚିତ କରିବା, ସ୍ଥାନୀୟ ଯାନବାହନକୁ ସ୍ଥାୟୀ ପାସ ଦିଆଯିବା, କୁଶଗଡିଆ ଡିଭାଇଡରକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଆଦି ଅନ୍ତର୍ଭୁକ୍ତ ଥିଲା। ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଠାରୁ ଆଗାମୀ ୭ ଦିନ ମଧ୍ୟରେ ସମାଧାନର ପ୍ରତିଶ୍ରୁତି ମିଳିବା ପରେ ଧାରଣାକୁ ସାମୟୀକ ଭାବେ ସ୍ଥଗିତ ରଖାଯାଇଛି। ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଟୋଲଗେଟରେ ଧାରଣାକାରୀଙ୍କ ନେତା ବଦ୍ରୀନାରାୟଣ ଧଳ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ପୂର୍ବତନ ସଭାପତି ପ୍ରଦୀପ ସାହୁ, ପୂର୍ବତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ପ୍ରଦ୍ୟୁମ୍ନ ସେନାପତି, ରାଜେଶ ବିଶ୍ୱାଳ, ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସେନାପତି, ଦଳର ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଗିରିଶ ସାମଲ, ଜିଲ୍ଲା ଉପସଭାପତି ତଥା ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦାସ, ବାବାଜି ଜେନା, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସେନାପତି, ପ୍ରାକ୍ତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ସ୍ୱରାଜ ମହାପାତ୍ର, ରାଜେଶ ବିଶ୍ୱାଳ, ରଙ୍ଗାଧର ରାଉତ, ଦିଲ୍ଲିପ ସାହୁ, ପ୍ରଦୀପ ସାହୁ, କୈଳାସ ସାହୁ, ବିବେକାନନ୍ଦ ସାହୁଙ୍କ ସମେତ ପୁରୁଷ ଓ ମହିଳାଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦୃଷ୍ଟିରୁ ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରି ଧାରଣାକୁ ସ୍ଥଗିତ କରାଗଲା ବୋଲି ଶ୍ରୀ ଧଳ ଘୋଷଣା କରିଥିଲେ।
Home ଜିଲ୍ଲା ପରିକ୍ରମା ଟୋଲଗେଟରେ ବିଜେପିର ଗଣଧାରଣା ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ ଅର୍ଥ...