Home ଜିଲ୍ଲା ପରିକ୍ରମା ସାଗରଦୁଲ୍ଲଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ମନ୍ଦିରା ନୃତ୍ୟରେ ଦର୍ଶକ ବିମୋହିତ

ସାଗରଦୁଲ୍ଲଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ମନ୍ଦିରା ନୃତ୍ୟରେ ଦର୍ଶକ ବିମୋହିତ

24

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶେଣୀପୁର ଠାରେ ଚାଲିଥିବା ସାଗରଦୁଲ୍ଲଣୀ ମହାଲକ୍ଷ୍ମୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ସଭା ଓ ସାଂସୃିତିକ କାର୍ଯ୍ୟକ୍ରମରେ ମନ୍ଦିରା ନୃତ୍ୟ ଦଳର କଳାକାର ମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରୀ ଯାଏ ବାନ୍ଧି ରଖିଥିଲା। ଆୟୋଜିତ ପ୍ରତିଭା ସମ୍ବର୍ଦ୍ଧନା ସଭାକୁ ସମ୍ବାଦଦାତା ହେମନ୍ତ ସିଂହ ପୌରହିତ୍ୟ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଶେଣୀପୁର ଭଳି ଉପାନ୍ତ ଗ୍ରାମାଞ୍ଚଳରେ ଆୟୋଜିତ ସାଗର ଦୁଲ୍ଲଣୀ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବଶେରେ ପାଳିତ ହେଉଛି, ଯାହାକି ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ପୂର୍ବତଟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରି ପାରିଛି। ଏଥିପାଇଁ ସେ ଶେଣୀପୁର ଗ୍ରାମବାସୀଙ୍କ ସମେତ ସେବକ ଅବିନାଶ ଦାସଙ୍କ ସେବା ମନୋଭାବ ତଥା ଜୀବନ ବ୍ୟାପି ସାଧନାକୁ ଗଭୀର କୃତଜ୍ଞତା ଜଣାଇ ଥିଲେ।

ଏଥିରେ ସମ୍ବର୍ଦ୍ଧିତ ପ୍ର୍‌ତିଭା ଭାବେ ମନ୍ଦିରା ଡ଼୍ୟାନ୍ସ ଏକାଡ଼େମୀର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସ ବେହେରା, ଅଲେଖ ଧର୍ମର ସୁଦର୍ଶନ ଭଞ୍ଜ, ସମାଜସେବୀ କାର୍ତ୍ତିକ ଚନ୍ଦ୍ର ମହାଭୋଇ ଯୋଗଦେଇ ଓଡ଼ିଶାର ଆଧ୍ୟାତ୍ମିକତା, କଳା ଓ ସଂସ୍କୃତି ବହୁ ପ୍ରାଚୀନ। ଯେଉଁ କେତେକ ସଙ୍ଗଠନ ଏହାକୁ ଉଦଜୀବିତ କରି ରଖିବାକୁ ପ୍ରୟାସ କରୁଛନ୍ତି ସେମାନେ ଧନ୍ୟବାର୍ଦାହ। ପ୍ରାରମ୍ଭରେ ବିଶ୍ୱରଞ୍ଜନ ପଣ୍ଡା ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୀଠର ଅବିନାଶ ବାବା ଆଭିମୁଖ୍ୟ ଓ ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶ୍ୱେତପଦ୍ମା ଦାସ ବେହେରାଙ୍କ ଉପସ୍ଥାପନାରେ କ୍ଷୀରାବ୍ଦୀ ତନୟା ପଣ୍ଡା ସଙ୍ଗୀତ ପରିବେଷଣ କରିଥିବା ବେଳେ ମନ୍ଦିରା ନୃତ୍ୟଶିଳ୍ପୀ ସାଇକ୍ରିଷ୍ଣା ପଣ୍ଡା, ପ୍ରାଞ୍ଜଳି ଦାସ, ପ୍ରଜ୍ଞାପରମିତା ମହାନ୍ତି, ଅମ୍ରିତା ପାତ୍ର, ଶ୍ରେୟାଶ୍ରୀ ସାମଲ, ସୌଦାମନୀ ପାଣିଗ୍ରାହୀ, ସୁମିତ୍ରା ମହାରଣା, ଜ୍ୟୋତି ଜିଜ୍ଞାସା ବେହେରା, ବନ୍ଦନା ଜେନା, ସମୀକ୍ଷା ଓଝା, ଶୀତଲ ମହାପାତ୍ର, ବିଶ୍ୱରଞ୍ଜିତା ବରାଳ ପ୍ରମୁଖଙ୍କ ନୃତ୍ୟରେ ଦର୍ଶକମାନେ ଝୁମିଥିଲେ। ଏହି ଅବସରରେ ପୀଠ ତରଫରୁ ସମ୍ବର୍ଦ୍ଧିତ ପ୍ର୍‌ତିଭା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ମାନପତ୍ର, ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ସାମଲ, କାଳନ୍ଦୀ ବାରିକ, ନିହାର ରଞ୍ଜନ ସାହୁ, ଲକ୍ଷ୍ମୀପ୍ରିୟା ବାରିକ, ଅଞ୍ଜନା ବାରିକ, ପ୍ରମିଳା ବାରିକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.