Home ଜିଲ୍ଲା ପରିକ୍ରମା ଆଜିର ସଞ୍ଚୟ ଆଗାମୀ କାଲିର ସ୍ୱଚ୍ଛଳ ଭବିଷ୍ୟତ, ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାଧାରଣ...

ଆଜିର ସଞ୍ଚୟ ଆଗାମୀ କାଲିର ସ୍ୱଚ୍ଛଳ ଭବିଷ୍ୟତ, ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାଧାରଣ ସଭା

32

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୧ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ପାଳନ କରାଯାଇଥିବା ସଞ୍ଚୟ ପକ୍ଷର ଉଦ୍‌ଯାପନୀ ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସ୍ୱଳ୍ପ ସଞ୍ଚୟ ଜନିତ ସଚେତନତା ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିନ୍ଦୁ ବିନ୍ଦୁ ଜଳ ମିଶି ସାଗର ହେଲାଭଳି ଆଜିର ସ୍ୱଳ୍ପ ସଞ୍ଚୟ ଆଗାମୀ କାଲି ପାଇଁ କିପରି ସ୍ୱଚ୍ଛଳ ଭବିଷ୍ୟତ ଆଣିପାରେ ବକ୍ତବ୍ୟ ପ୍ରସଙ୍ଗରେ ବୁଝାଇଥିଲେ। ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ବକ୍ତବ୍ୟ ପ୍ରସଙ୍ଗରେ ସୁରକ୍ଷିତ ସଞ୍ଚୟ ସମ୍ବନ୍ଧରେ ବିଷଦ ଆଲୋଚନା କରିବା ସହିତ ଜମାକାରୀ ତଥା ହିତାଧିକାରୀମାନଙ୍କୁ ବିଭିନ୍ନ ସଞ୍ଚୟ ଯୋଜନା ଏବଂ ଅର୍ଥ ଜମା କରାଯିବା ସଂସ୍ଥା ସମ୍ବନ୍ଧରେ ସଠିକ୍ ଓ ପ୍ରାଞ୍ଜଳଭାବେ ଅବଗତ କରାଇବା ନେଇ ମୋଟିଭେଟ୍‌ର ବା ଏଜେଣ୍ଟମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ପକ୍ଷ ପାଳନ ଅବଧି ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର ୬ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ୧ମ ପୁରସ୍କାର ୧୫୦୦/-, ୨ୟ ୧୦୦୦/- ଓ ତୃତୀୟ ପୁରସ୍କାର ପାଇଁ ୫୦୦/-ଟଙ୍କାର ଆର୍ଥିକ ପୁରସ୍କାର ଥିଲା।

ସୂଚନାଯୋଗ୍ୟକି “ସଞ୍ଚୟର ଆବଶ୍ୟକତା ଓ ସେଥିରେ ସ୍ୱଳ୍ପ ସଞ୍ଚୟର ଭୂମିକା’ ଶୀର୍ଷକ ରେ ୮ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଜୁନିଅର ଗ୍ରୁପ ଓ “ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ତଥା ନିରାପଦ ସଞ୍ଚୟର ଆବଶ୍ୟକତା” ବିଷୟରେ ଦ୍ୱାଦଶ ଶ୍ରେଣୀରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କ ମଧ୍ୟରେ ସିନିୟର ଗ୍ରୁପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱଳ୍ପ ସଞ୍ଚୟ ଯୋଜନାରେ ଭଦ୍ରକ ଜିଲ୍ଲା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ନେଇ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦-୨୧ ବର୍ଷରେ ୩୦୫ କୋଟି ଲକ୍ଷ୍ୟ ଥିଲା ବେଳେ ସଂଗ୍ରହ ହୋଇଥିଲା ୩୭୫.୩୪ କୋଟି, ୨୧-୨୨ରେ ୩୮୦ କୋଟି ଲକ୍ଷ୍ୟ ଥିଲା ଏବଂ ସଂଗ୍ରହ ହୋଇଥିଲା ୩୯୭.୩୨ କୋଟି ଏବଂ ୨୨-୨୩ ରେ ୪୩୪ କୋଟି ଲକ୍ଷ୍ୟ ଅଛି ଏବଂ ଅକ୍ଟୋବର ୨୨ ସୁଦ୍ଧା ୧୭୮ କୋଟି ସଂଗୃହୀତ ହୋଇସାରିଛି। ସୂଚନାଯୋଗ୍ୟକି ସ୍ଥାୟୀ ଜମା ପାଇଁ ସହରାଞ୍ଚଳରେ ୩୮ ଏବଂ ଗ୍ରାମାଞ୍ଚଳରେ ୯୨ ସମୁଦାୟ ୧୩୦ ଜଣ ଏଜେଣ୍ଟ ଓ ରେକରିଂ ଡ଼ିପୋଜିଟ୍ ପାଇଁ ସହରାଞ୍ଚଳରେ ୮୨ ଗ୍ରାମାଞ୍ଚଳରେ ୧୧୧ ସମୁଦାୟ ୧୯୩ ଜଣ ମହିଳା ପ୍ରଧାନ କ୍ଷେତ୍ରୀୟ ବଚତ ଯୋଜନା ପାଇଁ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସେହିପରି ସ୍ୱଳ୍ପ ସଞ୍ଚୟ ଯୋଜନାରେ କୂପନ ଜରିଆରେ ପୁରସ୍କାର ପ୍ରଦାନ ନେଇ ଭଦ୍ରକ ଜିଲ୍ଲାରେ ୨୦୧୯ରେ ୨, ୬୫, ୦୦୦ କୂପନ ଧାର୍ଯ୍ୟ ଥିଲା ବେଳେ, ୨, ୩୭, ୨୫୬ କୂପନ କଟାଯାଇ ୫୬ ଜଣ, ୧, ୫୩, ୦୦୦ ଟଙ୍କାର ପୁରସ୍କାର ପାଇଥିଲେ। ୨୦୨୦ରେ ସେହି ୨, ୬୫, ୦୦୦ ଧାର୍ଯ୍ୟ ଲକ୍ଷ୍ୟରେ ୧, ୫୫, ୬୯୬ କୂପନ କଟାଯାଇ ୩୮ ଜଣ ୯୭, ୦୦୦ ଟଙ୍କାର ପୁରସ୍କାର ପାଇଥିଲେ। ୨୦୨୧ ରେ ୨, ୫୦, ୦୦୦ ଧାର୍ଯ୍ୟ ଲକ୍ଷ୍ୟରେ ୨, ୮୮, ୧୧୬ କୂପନ କଟାଯାଇ ୬୮ଜଣ ୧, ୮୩, ୦୦୦ଟଙ୍କାର ପୁରସ୍କାର ପାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.