ନୟାଗଡ଼ ୩୧/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧାଚୁଆ ନୂଆସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସର୍ପାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୃଦ୍ଧ ଜଣଙ୍କ ହେଉଛନ୍ତି ଲୋଧାଚୁଆ ନୂଆସାହିର ଗୁଣ୍ଡୁରୀ ବେହେରା (୬୨)। ପରିବାର ଠାରୁ ସୂଚନା ଅନୁଯାଇ ଗୁଣ୍ଡୁରୀ ଗତ ୩୦ ତାରିଖ ଅରାହ୍ନରେ ପାଳଗଦାରୁ ଗାଈବଳଦ ପାଳ ଖାଇବା ପାଇଁ ପାଳ ଭିଡୁଥିଲେ। ଏହି ସମୟରେ ଏକ ବିଷଧର ନାଗସାପ ତାଙ୍କୁ ଦଂଶନ କରିଥିଲା।
ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରକୁନ ନେଇ ଅନ୍ଧବିଶ୍ୱାର ବଶବର୍ତ୍ତୀ ହୋଇ ବାଙ୍କନିଧିଦେବ ଠାକୁରଙ୍କ ନିକଟକୁ ନେଇଥିଲେ। ସେଠାରେ ଗୁଣ୍ଡୁରୀ ଙ୍କ ଅବସ୍ଥା ଗୁରୁତର ହେବାରୁ ରଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା ପ୍ରାଥମିକ ଚିକିତ୍ସା କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ଗୁଣ୍ଡୁରୀ ଜୀବନ ଗଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି।