Home ଓଡ଼ିଶା ଶିକ୍ଷାନବୀଶ ଓଏଏସମାନଙ୍କୁ ଜମି ଅଧିଗ୍ରହଣର ପ୍ରଶିକ୍ଷଣ ପ୍ରଦାନ

ଶିକ୍ଷାନବୀଶ ଓଏଏସମାନଙ୍କୁ ଜମି ଅଧିଗ୍ରହଣର ପ୍ରଶିକ୍ଷଣ ପ୍ରଦାନ

30

ପୁରୀ ୧୯/୮ (ଓଡ଼ିଆ ପୁଅ) ୨୦୧୮ ବ୍ୟାଚର ୫୮ ଜଣ ଶିକ୍ଷାନବୀଶ ଓଡ଼ିଶା ପ୍ରଶାସନିକ ଅଧିକାରୀ ବା ଓଏଏସ୍ ଙ୍କୁ ଜମି ଅଧିଗ୍ରହଣର ବିଭିନ୍ନ କାର୍ଯ୍ୟ ଧାରା ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଛି। ବୁଧବାର ଜିଲ୍ଲାରେ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବିଭୁତି ଭୂଷଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୁରୀ ଜିଲ୍ଲାରେ ପହଞ୍ଚିବା ପରେ ସମସ୍ତ ଶିକ୍ଷାନବୀଶଙ୍କୁ ନୋଡ଼ାଲ ଅଫିସର ନିଜାରତ ଅଧିକାରୀ ଶ୍ରୀ ପର୍ଶୁରାମ ମଲ୍ଲିକ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ପରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଶିକ୍ଷାନବୀଶ ଓଏଏସ ମାନଙ୍କୁ ଜମି ଅଧିଗ୍ରହଣ ଓ ଥଇଥାନ ସମ୍ପର୍କରେ ବିଷଦ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଜମି ଅଧିଗ୍ରହଣ ଶ୍ରୀ କୈଳାସ ଚନ୍ଦ୍ର ନାୟକ ଏହି ପ୍ରଶିକ୍ଷଣ ପ୍ରଦାନ ସହ ସେମାନଙ୍କର ବିଭିନ୍ନ ଜିଜ୍ଞାସାର ସମାଧାନ କରିଥିଲେ। ସେହିପରି ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା ମଧ ବିବିଧ ସୂଚନା ପ୍ରଦାନ କରିଥିଲେ। ପରେ ପରେ ଏହି ଶିକ୍ଷାନବୀଶ ମାନେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ସ୍ଥଳୀ ପରିଦର୍ଶନ ଓ ଶ୍ରୀମନ୍ଦିର ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରୋଟୋକଲ ଅଧିକାରୀ ଶ୍ରୀ ଗୋପୀନାଥ ମିଶ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.