କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜୟୀପୁରା ଗ୍ରାମର ବାବାଜୀ ବେହେରାଙ୍କର ୯୩ବର୍ଷ ବୟସରେ ତାଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ପାଇ ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଶଶିକାନ୍ତ ବଳ, ରକିବୁର ରହେମାନ, ସାମ୍ବାଦିକ ସାବିର ଖାନ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ଜଣେ ମେଳାପି, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ। ସ୍ୱର୍ଗତ ବେହେରା ଯାତ୍ରା ପାର୍ଟିର ଜଣେ କଳାକାର ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମୁରଲୀ ମୁଖାଗ୍ନି ଦେଇଥିଲେ। ଅନ୍ୟ ତିନି ପୁଅଙ୍କ ସମେତ ବନ୍ଧୁ ଓ ପରିବାର ସ୍ୱଜନମାନେ ଉପସ୍ଥିତ ଥିଲେ।