କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସାରା ଭାରତରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ହେଉଛି। ଏହି ଅବସରରେ ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ୧୫୦ତମ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ ପରାଧୀନତାର ଶୃଙ୍ଖଳରୁ ଦେଶ ମାତୃକାକୁ ମୁକ୍ତ କରିବା ପାଇଁ ବ୍ରତୀ ହୋଇଥିବା ସାଲିସ ବିହୀନ ସଂଗ୍ରାମୀଙ୍କୁ ସ୍ମରଣ କରି ଏକ ଆଦର୍ଶ ସମାଜ ଗଠନ କରିବାକୁ ସମସ୍ତେ ଆଗେଇ ଆସିବାକୁ ନିବେଦନ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଭାପତି ଭଜକୃଷ୍ଣ ରାଉତ, ସଂଯୋଜକ ଗଦାଧର ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ରଞ୍ଜନ ସାହୁ, ସରପଞ୍ଚ ପ୍ରତିନିଧି ଲୋହିତ ମହାନ୍ତି, ଗାୟତ୍ରୀ ମହାନ୍ତି, ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ପରିଷଦର ଆବାହକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।







