ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ସରକାରୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ସଫଳ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କୁ ବୁଧବାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷକ ଦେବଦତ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ପରିଡା ମୁଖ୍ୟଅତିଥି, କାର୍ତ୍ତିକ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମ୍ୟାଟ୍ରିକ ପରୀକ୍ଷାର ସର୍ବୋଚ୍ଚ ନମ୍ବରଧାରୀ ଛାତ୍ର ରୁଦ୍ରପ୍ରକାଶ ବାରିକ, ଦ୍ୱିତୀୟ ଭାବେ ଛାତ୍ରୀ ସୁଶ୍ରୀ ସଙ୍ଗୀତା ଲେଙ୍କା, ତୃତୀୟ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷକ ହୃଷିକେଶ ପୃଷ୍ଟି ଉଦ୍ଦେଶ୍ୟଜ୍ଞାପନ, ଶିକ୍ଷୟତ୍ରୀ ପଙ୍କଜିନୀ ନାୟକ ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାହୁ ଧନ୍ୟବାଦ ଦେଇଥିଲେ। ତାପସ କୁମାର ମୁଣ୍ଡା, ପୂର୍ଣ୍ଣିମା ଧଳ, ସ୍ମୃତିରେଖା ନାୟକ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।