ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଭାବନୀୟ ପରିସ୍ଥିତିରେ ଜଣେ ଅବିବାହିତ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ କେନ୍ଦୁଝର ଜିଲା ଅଢାଳପଙ୍କ ମଉଦା ଗ୍ରାମନିବାସୀ ଅନାଦି ଚରଣ ମଲ୍ଲିକଙ୍କ ପୁତ୍ର ସଚିଦାନନ୍ଦ (୩୪) ସକାଳ ପ୍ରାୟ ୭ଟା ସମୟରେ ଘରପାଖ କେନାଲ ବନ୍ଧରେ ଥିବା ଚାଷଜମିକୁ ଯାଉଥିବା ସମୟରେ ପୂର୍ବରୁ ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଗୁରୁତର ହୋଇପଡିଥିଲେ। ପାଖ ବିଲରେ କାମ କରୁଥିବା ଲୋକମାନେ ତାହା ଦେଖି ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।