Home କେନ୍ଦ୍ରାପଡ଼ା ସହରାଞ୍ଚଳର ଭୂମିହୀନଙ୍କୁ ଜମି ଯୋଗାଣ ପାଇଁ ପ୍ରସ୍ତୁତି ବୈଠକ

ସହରାଞ୍ଚଳର ଭୂମିହୀନଙ୍କୁ ଜମି ଯୋଗାଣ ପାଇଁ ପ୍ରସ୍ତୁତି ବୈଠକ

45

କେନ୍ଦ୍ରାପଡ଼ା, ୨୩ା୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ନଷ୍ପତ୍ତି କ୍ରମେ ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଖୁବଶୀଘ୍ର ଜମି ଯୋଗାଇ ଦିଆଯିବା ପାଇଁ ପ୍ରଶାସନ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସମ୍ପର୍କରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ପଟ୍ଟାମୁଣ୍ଡାଇ ତହସିଲଦାର ଦିଲିପ କୁମାର ସେଠୀ, କେନ୍ଦ୍ରାପଡା ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ଅଧିକାରୀ ପ୍ରମୁଖ ଯୋଗେଦେଇ କେନ୍ଦ୍ରାପଡା ପୈାରାଞ୍ଚଳରେ ୧୮୭ ଜଣ ଭୂମିହୀନ ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରେ ୫୪ ଜଣ ଭୂମିହୀନଙ୍କୁ ଜମି ପଟା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କେନ୍ଦ୍ରାପଡା ତହସିଲ ଅଧିନରେ ଥିବା କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ସ୍ଥାନରେ ୩୬ଟି ପ୍ଲଟରୁ ଜଣକୁ ୩୨୩ ବର୍ଗଫୁଟ ଓ ପଟ୍ଟାମୁଣ୍ଡାଇ ତହସିଲ ଅଧିନରେ ଥିବା ପୈାରାଂଚଳର ସରକାରୀ ଜମିରୁ ୫୪ଜଣକୁ ବିଭିନ୍ନ ସ୍ଥାନରୁ ଜମି ପଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପୈାରାଞ୍ଚ ଳର ଭୁମିହୀନ ମାନଙ୍କୁ ଥଇଥାନ କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଉପ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.