ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ମଇ ୧୫ ରେ ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ପରେ ଏହି ଖବର ଆସିଛି।
ଚଳିତ ବର୍ଷ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଭଳି ପରିସ୍ଥିତିରେ, ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ଏକ ବଡ଼ ଧରଣର ଝଟକା ଲାଗିଛି। ହାର୍ଦ୍ଦିକ ପଟେଲ ଏକ ଟୁଇଟରେ ଏହି ସୂଚନା ଦେଇଛନ୍ତି।
ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସାହସର ସହିତ କଂଗ୍ରେସ ପାର୍ଟିର ସମସ୍ତ ପଦବୀ ସହ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି, ମୁଁ ନିଶ୍ଚିତ ଯେ, ମୋର ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ, ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି।”