ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ତାମିଲନାଡୁରୁ ଏକ ବଡ ଦୁର୍ଘଟଣାର ଖବର ଆସିଛି। ମନ୍ଦିରରେ ଶୋଭାଯାତ୍ରାରେ କରେଣ୍ଟ ଲାଗିବା କରାଣରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋଗ ଆହତ ହୋଇଛନ୍ତି।
ସୂଚନାନୁସାରେ, ଏହି ଘଟଣା ତଞ୍ଜାଭୁର ଜିଲ୍ଲାର ଅଟେ। ଯେଉଁଠାରେ ଶୋଭାଯାତ୍ରା ସମୟରେ ଏହି ଘଟଣା ଘଟିଥିଲା। କୁହାଯାଉଛି ଯେ ଲାଇଭ ଇଲେକ୍ଟ୍ରିକ୍ ତାର ରଥ ସହିତ ସଂସ୍ପର୍ଶରେ ଆସିଥିଲା, ଯାହା ପରେ ଏହି ଘଟଣା ଘଟିଛି। ଅନେକ ଲୋକ କରେଣ୍ଟ ଲାଗିବା କରାଣରୁ ଆହତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ତଞ୍ଜାଭୁର ଜିଲ୍ଲାର ଏକ ମନ୍ଦିରରରୁ ମଙ୍ଗଳବାରଦିନ ବିଳମ୍ବିତ ରାତ୍ରୀ ଅର୍ଥାତ ଅର୍ଦ୍ଧାରାତ୍ରୀରେ ଏକ ରଥଯାତ୍ରା ବାହାରି ଉକ୍ତ ସହର ପରିକ୍ରମା କରୁଥିଲା। ଏହି ସମୟରେ ଉପରେ ଲାଗିଥିବା ହାଇଟେନସନ ଲାଇନ ସଂସ୍ପର୍ଶରେ ରଥଟି ଆସିବାକ୍ଷଣି କରେଣ୍ଟ ଲାଗିବାରୁ ରଖରେ ନିଆଁଲାଗିଯାଇଥିଲା। ଲୋକମାନେ ଏଥିରେ ପାଣି ପକେଇନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହାର ପରିଣାମ ଅଧିକ ଭୟାବହ ହୋଇଥିଲା। ଏହା ଫଳରେ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିବା ସହ ଅଧିକାଂଶ ଲୋକ ଆହତ ହୋଇଛନ୍ତି।