Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୨ୟ ସନ୍ଧ୍ୟା, ଡ଼ଲଫିନ ନୃତ୍ୟ ଓ ଖଳନାୟକ ପୀୟୁଷଙ୍କ ସଂଳାପ ନୃତ୍ୟରେ...

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୨ୟ ସନ୍ଧ୍ୟା, ଡ଼ଲଫିନ ନୃତ୍ୟ ଓ ଖଳନାୟକ ପୀୟୁଷଙ୍କ ସଂଳାପ ନୃତ୍ୟରେ ବିଭୋର

33

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ଅଷ୍ଟମ ବାର୍ଷିକୀ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ବୁଧବାର ଥିଲା ୨ୟ ସନ୍ଧ୍ୟା। ଆଜିର ସନ୍ଧ୍ୟାରେ ମହୋତ୍ସବ କମିଟର ସଭାପତି ମନୋଜ ରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଏସ. ପି. ଦିଲ୍ଲୀପ ଦାସ ଯୋଗଦେଇ ଆଗରପଡ଼ା ଭଳି ଐତିହାସିକ ମାଟିରେ ମହୋତ୍ସବର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଭାବର ଆଦାନ ପ୍ରଦାନ ହେବା ସହିତ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟ ଲୋକ ଲୋଚନକୁ ଆସିବାର ସହାୟକ ହୋଇଥାଏ। ମୁଖ୍ୟ ବକ୍ତା ଭାବେ ଲୋକଶକ୍ତି ତଥା ବାଘାଯତୀନ ଲୋକନାଟ୍ୟର ପ୍ରତିଷ୍ଠାତା ରବି ରାୟ ଯୋଗଦେଇ ଆଗରପଡ଼ା ଭଳି ଗ୍ରାମାଞ୍ଚଳରେ ସାଧାରଣଙ୍କ ମଧ୍ୟରେ ଦୀର୍ଘଦିନ ଧରି କଳା ଓ ସଂସ୍କୃତିକୁ ଉଦ୍‌ଜୀବିତ କରିବାର ଉଦ୍ୟମ ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବନ୍ତ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ସାଇ ଚେତନା ସାହିତ୍ୟ ସଂସଦର ମୁଖ୍ୟ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ଉପ-ସଭାନେତ୍ରୀ ମମତା ମହାନ୍ତି, ଉପଦେଷ୍ଟା ହରମୋହନ ପଣ୍ଡା, ମଞ୍ଚାସିନ ହୋଇ ଏହି ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ କର୍ମକର୍ତ୍ତାମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ତଥା ମହୋତ୍ସବର ରୂପରେଖ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷକ ଅଶୋକ କୁମାର ଖିଲାର, ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାସ, ଡ଼ଲଫିନ ଡ଼େନ୍ସ ଗ୍ରୁପର ମାଷ୍ଟର ମହିରି କୁମାରଙ୍କୁ ଅତିଥିମାନେ ମାନପତ୍ର ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ନୃତ୍ୟ ଶିଳ୍ପୀ ଶୁଭେନ୍ଦୁ ଲଙ୍କା ଓ ଧାରବାହିକ ଅଭିନେତ୍ରୀ ଯାଜ୍ଞସନୀଙ୍କ ଉପସ୍ଥାପନାରେ ନୃତ୍ୟ ସଙ୍ଗୀତ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ କମିଟିର ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ସୁବୋଧ ସାହୁ, ରଥ ବେହେରା, କୈଳାସ ଚନ୍ଦ୍ର ଧଳ, ପ୍ରଦ୍ୟୁମ୍ନ ପୁହାଣ, ଜୀତେନ୍ଦ୍ର ଶତପଥୀ, ବିଶ୍ୱନାଥ ସିଂହ, ଅଶୋକ କୁମାର ପରିଡ଼ା, ଚିତ୍ତରଞ୍ଜନ ଦାସ, ନିହାର ସାହୁ, ସମ୍ରାଟ ସିଂହ, ବାବୁଲି ପତି, ନିତ୍ୟାନନ୍ଦ ସିଂହ, ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ମାୟା ସିରିଲଏର ଅଭିନେତା ତଥା ଯାତ୍ରା ଖଳ ନାୟକ ପୀୟୁଷଙ୍କ ସଂଳାପ ଓ ନୃତ୍ୟ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା। ଶେଷରେ ଡ଼ଲଫିନ ଡ଼େନ୍ସ ଗ୍ରୁପର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.