ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ପଂଚାୟତ ନିର୍ବାଚନୀ ପାଇଁ ସମସ୍ତ ସଜବାଜ ଶେଷ ମୂହୂର୍ତରେ। ଏହି ନିର୍ବାଚନୀ ପାଇଁ ସାଧାରଣ ପ୍ରଶାସନ ଅଂଟାଭିଡିଥିବା ବେଳେ କେଉଁଠି କଣ ଗଣ୍ଡଗୋଳକୁ ପୁଲିସ ସାମନା କରି ଅକ୍ତିଆରକୁ ଆଣିବାରେ ସକ୍ଷମ ହେବକି! ଧାମରା, କଇଥଖୋଲା, ଦୋସିଙ୍ଗା ବଜାର ରେ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ପୁଲିସର ଫ୍ଲାଗ ମାର୍ଚ୍ଚ ଚାଲିଛି ମାତ୍ର ଏହା ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ। ରାତି ୧୦ଟା ପରେ ବଜାର ଶୂନଶାନ ହୋଇପଡିଥିବା ବେଳେ ଚୋରୀକୁ ରୋକିବା ପାଇଁ ପୁଲିସ ପ୍ରଶାସନ ସଜାଗ ନଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଧାମରା ବଜାରରେ ଥିବା ଏକ ଜେରକ୍ସ ଦୋକାନର କବାଟ ଭାଙ୍ଗି ନଗଦ ଟଙ୍କା ସହ ମୋବାଇଲ ଉପକରଣ ସାମଗ୍ରୀ ଗୁଡିକ ଚୋରୀ ହୋଇଥିବା ଜଣାଯାଇଛି। କେଉଁ ପରିସ୍ଥିତିରେ ପୁଲିସ ଫ୍ଲାଗ ମାର୍ଚ ଚାଲିଥିବା ବେଳେ ରାତିରେ ପୁଲିସର ପଇଁତରା ଚାଲୁନାହିଁ ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଧାମରାରେ ୨ଟି ଥାନା ଥିବା ସତ୍ୱେ ପୁଲିସର ନୀରବତା ସାଧାରଣ ଜୀବନଯାତ୍ରାକୁ ସ୍ୱାଭବିକ କରିବାରେ ସକ୍ଷମ ହେଉନଥିବା ବେଳେ ନିର୍ବାଚନୀ ହିଂସାକୁ ରୋକିବାରେ ପୁଲିସ ପ୍ରଶାସନ ସଫଳ ହେବତ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।