Home ଜିଲ୍ଲା ପରିକ୍ରମା ବୟାଂଡ଼ିହ ପଂଚାୟତର ମିଶନଶକ୍ତି ଗୃହର ତାଲାନେଇ ବଢୁଛି ଅସନ୍ତୋଷ

ବୟାଂଡ଼ିହ ପଂଚାୟତର ମିଶନଶକ୍ତି ଗୃହର ତାଲାନେଇ ବଢୁଛି ଅସନ୍ତୋଷ

27

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତର ମହିଳା ମହାସଂଘର ପୁର୍ନଗଠନ ଓଡ଼ିଶା ଜିବିକା ମିଶନଶକ୍ତି ପକ୍ଷରୁ ଗତ ଡ଼ିସେମ୍ବର ମାସ ୨୪ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାନେତ୍ରୀଭାବେ ସ୍ନେହଲତା ଜେନା ଓ ସମ୍ପାଦୀକା ଭାବେ ମିନତୀ ରାଉତ, ମନୋନୀତ ହୋଇଥିଲେ। ହେଲେ ପୂର୍ବତନ ସଭାନେତ୍ରୀ ରକିବା ବିବି ଆଜିପର୍ଯ୍ୟନ୍ତ ଉକ୍ତ ମିଶନଶକ୍ତି କାର୍ଯ୍ୟାଳୟର ଚାବିକାଠି ସହ ଏସ୍‌ଏଚ୍‌ଜି ଗ୍ରୁପର କାଗଜପତ୍ର, ପରୀକ୍ଷା କାଗଜପତ୍ର ଇତ୍ୟାଦି ନୂତନ ସଭାନେତ୍ରୀକୁ ଦାୟିତ୍ୱ ହସ୍ତାନ୍ତର କରୁନଥିବାରୁ ସିଆରପି, ଏମ୍‌ବିକେ ଓ ଏସ୍‌ଏଚ୍‌ଜି ଗୃପର ମହିଳାମାନେ ସେମାନଙ୍କର କାର୍ଯ୍ୟ କରିନପାରି ବାରଦୁଆର ସୁଣ୍ଢିପିଣ୍ଢା ହେଉଛନ୍ତି। ଏନେଇ ନୂତନ ସଭାନେତ୍ରୀ ଓ ସମ୍ପାଦୀକା ଧାମନଗର ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡ଼ିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦୁଇଥର ପୂର୍ବତନ ସଭାନେତ୍ରୀଙ୍କ ନିକଟକୁ ନୋଟିସ୍ କରାଯାଇଥିଲେ ମଧ୍ୟ ଏଯାଏ ବିଡ଼ିଓଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ଆଜି ମହିଳା ମହାସଂଘର କାର୍ଯ୍ୟକର୍ତ୍ତା ଓ ସିଆରପି ମାନେ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ଉକ୍ତ ଘଟଣାର ସମାଧାନ କରାଯିବବୋଲି ବିଡ଼ିଓ ପ୍ରତିଶୃତିଦେବାପରେ ସଂଘର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କର ଦାବିପତ୍ରଦେଇ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.