Home ଜିଲ୍ଲା ପରିକ୍ରମା ଘରୋଇ କଳିରୁ ନିଆଁଁରେ ପୋଡ଼ିହୋଇ ସ୍ତ୍ରୀର ଆତ୍ମହତ୍ୟା

ଘରୋଇ କଳିରୁ ନିଆଁଁରେ ପୋଡ଼ିହୋଇ ସ୍ତ୍ରୀର ଆତ୍ମହତ୍ୟା

43

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ସନ୍ତୋଷପୁର ଗ୍ରାମର ମାର୍କଣ୍ଡ ଦଳାଇଙ୍କ ସ୍ତ୍ରୀ ସୁନିତା ଦଳାଇ(୩୫) ଘରୋଇ କଳିରୁ ନିଜଦେହରେ କିରୋସିନ ଢାଳି ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଥାଉକି ୮ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଲାଗିଥିବାବେଳେ ଅତ୍ୟଧିକ ରାଗିଯାଇ ସୁନିତା ନିଜଦେହରେ କିରୋସିନ ଢାଳି ପୋଡ଼ିହୋଇଯାଇଥିଲେ। ହୁତୁ ହୁତୁ ହୋଇ ନିଆଁରେ ଜଳୁଥିବାବେଳେ ସୁନିତାର ପାଖକୁ କେହି ଯାଇପାରିନଥିଲେ। କୌଶଳ କରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧାମନଗର ଓ ପରେ ଭଦ୍ରକ ଡ଼ାକ୍ତର ଖାନାକୁ ପଠାଇଥିବାବେଳେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡ଼ାକ୍ତର ଖାନାକୁ ପଠାଇ ଚିକିତ୍ସା କରାଯାଉଥିବାବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.