Home ଜିଲ୍ଲା ପରିକ୍ରମା ଦିଗି ମଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ସାଧୁମେଳା

ଦିଗି ମଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ସାଧୁମେଳା

36

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳର ପ୍ରାଚୀନ ଦିଗି ମଠର ଗୀତା ମହାଯଜ୍ଞ ଓ ସାଧୁସନ୍ଥମେଳା ଉଦ୍‌ଯାପିତ ହୋଇଯାଇଛି। ଭକ୍ତ ତୁଳସୀଦାସ ମହାରାଜଙ୍କ ପୀଠ ଅବସ୍ଥିତ ଏହି ସାଧୁ ମେଳାରେ ପିଠାଧିଶ ବାବାଜି ଅବଧୂତ ଦାସ ମହାରାଜ (ଛୁଆବାବା)ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତକାଲି ଦିନ ସକାଳ ୬ଘଟିକାରେ ସୂର୍ଯ୍ୟପୂଜା, ଗୋପୂଜନ, ଗୁରୁପୂଜନ ତଥା ମଣ୍ଡଳ ଓ ଘଟପୂଜନ ଅନୁଷ୍ଠିତ ହୋଇଥିଲା। ପରେ ଭାଗବତ, ଗୀତା ଆହୁତ ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ କରୋନା କଟକଣା ମଧ୍ୟରେ ଭଜନସମାରୋହ ଓ ସାଧୁମେଳା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଧାମନଗର ଓ ଭଗବାନପୁର ଅଂଚଳର ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.