Home ଜିଲ୍ଲା ପରିକ୍ରମା କୃଷକଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ପ୍ରାପ୍ୟ ପ୍ରଦାନ ଦାବିରେ ଭାରତୀୟ କିଶାନ ସଂଘ ଭଦ୍ରକ ଜିଲ୍ଲା...

କୃଷକଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ପ୍ରାପ୍ୟ ପ୍ରଦାନ ଦାବିରେ ଭାରତୀୟ କିଶାନ ସଂଘ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଦାବୀପତ୍ର

81

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷକ ମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବା ଦାବୀରେ ଭାରତୀୟ କିଶାନ ସଂଘ, ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଭଦ୍ରକର ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଭାରତର କୃଷକମାନେ ଏ ଦେଶର ମେରୁଦଣ୍ଡ କୃଷିର ବିକାଶ ହେଲେ ଦେଶର ବିକାଶ ସମ୍ଭବ । କୃଷି ଓ କୃଷକର ସ୍ୱାର୍ଥ ପ୍ରତି ଭାରତ ସରକାର ଓ ରାଜ୍ୟସରକାର ଦୃଷ୍ଟି ଦେବାକୁ କିଶାନ ସଂଘ ପକ୍ଷରୁ ଦାବୀ କରାଯାଇଛି । ସେହିପରି କୃଷକ ମାନଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମିଳୁ ନଥିବାରୁ ସେମାନେ ଦିନକୁ ଦିନ ଗରିବ ଓ ଋଣ ଗ୍ରସ୍ତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ରିତିନିତି ଅନୁସାରେ କୃଷକଙ୍କୁ ଯତ୍ କିଞ୍ଚିତ ସାହାଯ୍ୟ କରୁଛନ୍ତି ସେଥିରେ ସେମାନଙ୍କର ଉନ୍ନତି ହେବା ପରିବର୍ତ୍ତେ ଚାଷ ପ୍ରତି ବିମୂଖ ହେଉଛନ୍ତି । କୃଷି କ୍ଷେତ୍ରରେ ସରକାର ଏପରି ବ୍ୟବସ୍ଥା କରନ୍ତୁ ଯାହା ଦ୍ୱାରା କୃଷକମାନେ ଚାଷ ପ୍ରତି ଆକୃଷ୍ଟ ହେବା ସହିତ ସେମନଙ୍କର ବିକାଶ ହୋଇପାରିବ । ଏଠାରେ ସୂଚନା ଯୋଗ୍ୟ ଭାରତୀୟ କିଶାନ ସଂଘ ଆହ୍ୱାନ କ୍ରମେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ସଂଗଠନମାନେ କୃଷକମାନଙ୍କ ନ୍ୟାର୍ଯ୍ୟ ଦାବୀ ପାଇଁ ସଂଗ୍ରାମ କରିଅସୁଛନ୍ତି । ଏହି କ୍ରମରେ ସଂଗଠନ ପକ୍ଷରୁ ୨୦୨୧ ମସିହା ସେପ୍ଟେମ୍ବର ୮ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଭାରତ ବର୍ଷରେ ୩ଟି କୃଷି ଆଇନ କୁ ନେଇ ବିବାଦ ଦେଖାଦେଇଥିବା ବେଳେ କୃଷକ ସଂଗଠନ ପକ୍ଷରୁ ୩ଟି କୃଷି ଆଇନକୁ ସଂଶୋଧନ ପୂର୍ବକ ଏକ ନୂତନ ଆଇନ ପ୍ରଣୟନ କଲେ କୃଷି ଓ କୃଷକର ବିକାଶ ସାଧାନ ହୋଇପାରିବ ବୋଲି ଭଦ୍ରକ ଶାଖାର ସଭାପତି ଗଣେଶ ପ୍ରସାଦ ଖାମୁରାଇ ଓ ସଂପାଦକ ରବିନାରାୟଣ ରାଉତ ପ୍ରମୁଖ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ଭାରତୀ, କେଦାର ପ୍ରସାଦ ନାୟକ, ଅଜିତ କୁମାର ସାହୁ, ଅକ୍ଷକ କୁମାର ମହାନ୍ତି, ନରହରି ମଣ୍ଡଳ, ତାପସ କୁମାର ସ୍ୱାଇଁ, ସନ୍ତୋଷ କୁମାର ବେହେର. ହିମାଂଶୁ ଭୂଷଣ ରାଉତ, ନରହରି ମଣ୍ଡଳ, ଗୌରହରୀ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.