Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ପରିଷଦର ସାହିତ୍ୟସଭା

ଭଦ୍ରକ ସାହିତ୍ୟ ପରିଷଦର ସାହିତ୍ୟସଭା

86

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର ବନ୍ଧୁମିଳନ ଓ ସାହିତ୍ୟସଭା କବି ଦାଶରଥି ପଣ୍ଡାଙ୍କ ରାନ୍ଦିଆସ୍ଥ ବାସଭବନରେ ସଭାପତି ଡ. ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ଗୋଲକ ବିହାରୀ ସାହୁ ମୁଖ୍ୟଅତିଥି, କରୁଣାକର ବେହୁରିଆ ସମ୍ମାନିତ ଅତିଥି ଓ ଝରଣା ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ଦାଶରଥି ପଣ୍ଡା ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ଯୋଗ ଦେଇଥିଲେ । ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ । ବହୁ ବରିଷ୍ଠ ସାହିତ୍ୟିକ କବି ଡ. ଅବନୀ ପ୍ରଧାନ, ଦିବ୍ୟସିଂହ ଦାସଅଧିକାରୀ, ଡ. ପ୍ରଭାତ ନଳିନୀ ମହାପାତ୍ର, ସଂଗଠନ ସମ୍ପାଦକ ବାବୁଲାଲ ଦାସ, ନୀଳିମା ପଣ୍ଡା, ପ୍ରୀତିଲତା ପଣ୍ଡା, ଗୌତମ ମହାରଣା, ଶ୍ରୀମତୀ ବସନ୍ତ ମିଶ୍ର, କୈଳାସ ଚନ୍ଦ୍ର ଦାସ, ସଂଯୁକ୍ତା ବଳ, ଭାନୁମତୀ ମାଟିଆ, ଗୌରାଙ୍ଗ ବାରିକ, ଲକ୍ଷ୍ମୀକାନ୍ତ ବାରିକ, ଶାନ୍ତନୁ କୁମାର ରାଉତ, ହରିଶ ଦାସ, ଡ. କାନନ ମହାନ୍ତି, ବାବାଜୀ ଚରଣ ମହାନ୍ତି, ଗୀତାରାଣୀ ଆଇଚ, ପ୍ରଭାତ କୁମାର ଦାସ, ଶକୁନ୍ତଳା ନାୟକ, ବିଜୟାନନ୍ଦ ଜେନା, କବି ଅରୂପାନନ୍ଦ, ଜୀତେନ୍ଦ୍ର କୁମାର ମିଶ୍ର, ନିର୍ମଳ ରାଉତ, ସରୋଜିନୀ ନାୟକ ପ୍ରମୁଖ କବିତା ପାଠ କରିଥିଲେ । ସମ୍ପାଦକ ବିଜୟ କୁମାର ବହଳୀ ବିବରଣୀ ପାଠ କରିଥିଲେ । ଉତ୍ସବରେ ଶ୍ରୀ ପଣ୍ଡାଙ୍କ ପୁସ୍ତକର ସମୀକ୍ଷା କରାଯାଇଥିଲା । ଅଧ୍ୟାପିକା ଉଷାରାଣୀ ଜେନା କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ । ଶେଷରେ ଶରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.