Home ଜିଲ୍ଲା ପରିକ୍ରମା ବିଜୁସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ଼ ବାଣ୍ଟିବା ନାଁରେ ବିଜେଡ଼ି ଲୋକଙ୍କୁ ଭୁଆଁ ବୁଲାଉଛି, ବିଜେପିର ସାମ୍ବାଦିକ ସମ୍ମିଳନୀ

ବିଜୁସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ଼ ବାଣ୍ଟିବା ନାଁରେ ବିଜେଡ଼ି ଲୋକଙ୍କୁ ଭୁଆଁ ବୁଲାଉଛି, ବିଜେପିର ସାମ୍ବାଦିକ ସମ୍ମିଳନୀ

39

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – କେନ୍ଦ୍ରର ବିଭିନ୍ନ ଯୋଜନାକୁ ବିଜେଡ଼ି ନିଜ ଦଳ ଓ ବାପା ନାଁରେ ଓଡ଼ିଶାରେ ବିଭିନ୍ନ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛି। ଯଦି ଓଡ଼ିଶା ସରକାର କେନ୍ଦ୍ରର ସବୁ ଯୋଜନାର ବିକଳ୍ପ ଯୋଜନା କରିପାରନ୍ତେ ତେବେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ ନକରିଥିଲେ ଭଲ ହୋଇଥାଆନ୍ତା ବୋଲି ଆଜି ଧାମନଗର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଧାମନଗର ଜଳସେଚନ ଡ଼ାକବଙ୍ଗଳା ଠାରେ ବ୍ଲକ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନୋତ ଅଶୋକ କୁମାର ପୁହାଣଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ସୁରଥଚନ୍ଦ୍ର ସେଠୀ, ଜିଲ୍ଳା ଉପସଭାପତି ଚତୁର୍ଭୁଜ ନାୟକ, ବରିଷ୍ଠ ନେତା ଦୀପ୍ତିରଂଜନ ଜେନା, ରାମଚନ୍ଦ୍ର ମିଶ୍ର, ଅରବିନ୍ଦ ପତି, ମିଡ଼ିଆସେଲର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଶା ସରକାର ବିଜୁ ବାବୁଙ୍କ ନାମରେ ସ୍ମାର୍ଟକାର୍ଡ଼ ବଂଟନକୁ ଏକ ପ୍ରହେଳିକା ବୋଲି କହିଥିଲେ। ମମିତା ମେହର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୃଢ ବିରୋଧ କରୁଥିବା ବିଜେପି ତଥା ଓଡ଼ିଶା ବାସୀଙ୍କ ଦୃଷ୍ଠିଭଙ୍ଗୀ ପରିବର୍ତ୍ତନ ଆଳରେ ମୁଖ୍ୟମନ୍ତ୍ରୀ ରାଜକୋଷରୁ ଅଯଥା କୋଟି କୋଟି ଟଙ୍କା ଖର୍ଚ୍ଚକରି ଏଭଳିଏକ ଯୋଜନା କରିଛନ୍ତି ବୋଲି ନେତାମାନେ ତାଙ୍କ ବକ୍ତବ୍ୟରେ କହିବା ସହ ଅହଂକାରୀ ମୁଖ୍ୟମନ୍ତ୍ରୀ ଓ କଳଙ୍କିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୋଧରେ ବର୍ଷିଥିଲେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ଏବଂ ଦଳୀୟ ନେତୃତ୍ୱଙ୍କ ଦ୍ୱାରା ଏଯାଏ କୌଣସି ହିତାଧିକାରୀ ଉପକୃତ ହୋଇନଥିବା ସ୍ମାର୍ଟକାର୍ଡ଼ ଧାମନଗର ନିର୍ବାଚନ ମଣ୍ଡଳୀ ଅଂଚଳରେ ବଂଟନ କରାଗଲେ ବିଜେଡ଼ିର ଏଭଳି ହୀନ ଉଦ୍ଦ୍ୟମକୁ ବିଜେପି ଉପଯୁକ୍ତ ମୁକାବିଲା କରିବା ସହିତ ବିଭିନ୍ନ ଉପାୟରେ ପ୍ରତିବାଦ କରିବା ସହିତ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମାଳନୀରେ ନେତାମାନେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.