Home ଜିଲ୍ଲା ପରିକ୍ରମା ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ସଚେତନତା ଧର୍ମୀ ପ୍ରଶିକ୍ଷଣ କର୍ମଶାଳା

ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ସଚେତନତା ଧର୍ମୀ ପ୍ରଶିକ୍ଷଣ କର୍ମଶାଳା

20

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଉକ୍ତ ବିଭାଗ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସଚେତନତା ଧର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସରମଙ୍ଗା ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରର ପରିଚାଳକ ବିକାଶ ରଞ୍ଜନ ପଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ୭ଟି ବ୍ଲକରୁ ୩୫ ଜଣ ଉପସ୍ଥିତ ଥିଲେ। ଜିଲ୍ଲାରେ ମତ୍ସ୍ୟଚାଷ ନେଇ ସମ୍ଭାବନା ଥିବା ବିଭିନ୍ନ ଦିଗ ଉପରେ ଆଲୋପାତ କରିବାକୁ ଯାଇ ମୁଖ୍ୟ ଅତିଥି ଗ୍ରାମାଞ୍ଚଳରେ ନିଲାମ ହୋଇ ନପାରି ରହିଯାଇଥିବା ବଡ଼ ବଡ଼ ପୋଖରୀ ଗୁଡ଼ିକୁ ନିଲାମ ନେଇ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟମାନେ ମତ୍ସ୍ୟ ଚାଷ ଜରିଆରେ ଅର୍ଥନୈତି ବିକାଶ କରିପାରିବେ। କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଡ଼. ବିଶ୍ୱ ରଞ୍ଜନ ସାମନ୍ତରାୟ ଉପସ୍ଥିତ ହୋଇ ମାଛ ଚାଷର ଲାଭାଂଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ୭ ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ୩ ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ଦାସ, ଅଶୋକ ଇନ୍ଦୁପାର, ସହକାରୀ ମତ୍ସ୍ୟ ଅଧିକାରୀ ସୁଶ୍ରୀ ରତ୍ନମଞ୍ଜରୀ ସେନାପତି, ଋତୁପର୍ଣ୍ଣା ସାସ୍‌ମଲ ପ୍ରମୁଖ ବିଭିନ୍ନ ସରକାରୀ ଯୋଜନା ଆଧାରରେ ମତ୍ସ୍ୟ ପୋଖରୀ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଆଦି ସମ୍ବନ୍ଧରେ ଚାଷୀମାନଙ୍କୁ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.