Home ଜିଲ୍ଲା ପରିକ୍ରମା ପ୍ର. ଲକ୍ଷ୍ମୀକାନ୍ତ ଥିଲେ ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ

ପ୍ର. ଲକ୍ଷ୍ମୀକାନ୍ତ ଥିଲେ ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ

48

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେସର ଡ. ଲକ୍ଷ୍ମୀକାନ୍ତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ପୁରୁଷୋତ୍ତମ ବିହାର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ବାନ୍ଧବ ପରିବାର, ଆତ୍ମୀୟ ସ୍ୱଜନମାନଙ୍କାରା ଆୟୋଜିତ ଏକ ସ୍ମୃତି ଚାରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ତାଙ୍କ ପ୍ରତିଭାର ସ୍ମୃତିଚାରଣ କରିବା ସହିତ ପ୍ରଫେସର ସ୍ୱର୍ଗତ ନାୟକ ଯେ ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ଥିଲେ ତାହା ଅବର୍ଣ୍ଣନୀୟ ବୋଲି କହିଥିଲେ ।ସ୍ମୃତି ସଭାରେ ପୌରୋହିତ୍ୟ କରିଥିଲେ ପ୍ର. ଅଟଳ ବିହାରୀ ନାୟକ । କବି ସତ୍ୟ ପ୍ରକାଶ ସେଠୀଙ୍କ ସଂଯୋଜନା ଓ ସ୍ୱର୍ଗତ ନାୟକଙ୍କର ସହପାଠୀ ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ଆଦ୍ୟ କଥନ,କବି ରତିକାନ୍ତ ବେହେରାଙ୍କ ଜୀବନ ମୃତ୍ୟୁର ରହସ୍ୟ ଉପରେ ବକ୍ତବ୍ୟ ସହିତ ତାଙ୍କର ପ୍ରିୟ ବନ୍ଧୁ ରମାକାନ୍ତ ପଣ୍ଡା ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ଭିତରେ ଡ. ଅବନୀ ପ୍ରଧାନ, କବି ସୀତାଂଶୁ ଲେଙ୍କା,ଯୁବ ଗୀତିକାର ଅରୂପାନନ୍ଦ, ରଜତ ସାହୁ, ଇଂ ଅଭୟ ସୂତାର,କବି ଦୟାନିଧି ବେହେରା, ପ୍ର. କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ଅଜୟ ବାବୁ, ଚିନ୍ମୟ ପଣ୍ଡା,ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ମିଶ୍ର, ପଣ୍ଡିତ ଦୈତାରି ମହାପାତ୍ର ସ୍ୱର୍ଗତ ନାୟକ ସ୍ମୃତିଚାରଣ କରିଥିଲେ । କନିଷ୍ଠ ପୁତ୍ର ସିମାଦ୍ରୀ ନାୟକ କୃତଜ୍ଞତା କଥନ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.