Home Top News ମତ୍ସ୍ୟ କ୍ଷେତ୍ରରେ ଓଡିଶାର ସଫଳତା

ମତ୍ସ୍ୟ କ୍ଷେତ୍ରରେ ଓଡିଶାର ସଫଳତା

60

ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ପରିଗଣିତ, ରାଜ୍ୟ ର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଓଡିଶାର ଜଳବାୟୁ ମତ୍ସ୍ୟ ଚାଷ ପାଇଁ ଯଥେଷ୍ଟ ଉପଯୋଗୀ। ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ। ପରିସଂଖ୍ୟାନରୁ ଜଣାଯାଏ (ମାର୍ଚ୍ଚ ମାସ, ୨୦୨୧ ରେ ପ୍ରକାଶିତ ତଥ୍ୟ) ରାଜ୍ୟରେ ୧୫ ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଅଛନ୍ତି। ଗତ ୫ ବର୍ଷ ମଧ୍ୟରେ ମତ୍ସ୍ୟକ୍ଷେତ୍ରରେ ୫୩% ଅଭିବୃଦ୍ଧି ଘଟିଛି। ଗତ ୨୦ ବର୍ଷ ତଳେ ରାଜ୍ୟର ବାର୍ଷିକ ମାଛ ଉତ୍ପାଦନ ୨.୬ ଲକ୍ଷ ମେଟ୍ରିକ ଟନ ହେଉଥିଲାବେଳେ ବର୍ତ୍ତମାନ ତାହା ୮.୧୬ ଲକ୍ଷ ମେଟ୍ରିକ ଟନ ରେ ପହଂଚିଲାଣି। ସେହିପରି, ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜି କୁ ବୃଦ୍ଧିପାଇଲାଣି। ବେକାରୀ ସମସ୍ୟା କୁ ଦୂରୀକରଣ କରିବାକୁ ହେଲେ ଆତ୍ମ ନିଯୁକ୍ତି ପନ୍ଥା କୁ ଅବଲମ୍ବନ କରିବାକୁ ହେବ। ଆତ୍ମ ନିଯୁକ୍ତି ଓ ଆତ୍ମ ନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ, ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ, ତେଣୁ ସରକାରଙ୍କର ବିଭିନ୍ନ ପ୍ରକାର ସମୟ ଉପଯୋଗୀ ଯୋଜନା, ଆତ୍ମ ନିଯୁକ୍ତି କୁ ପ୍ରୋତ୍ସହାନ ଯୋଗାଇଥାଏ। ଯୋଜନା ଗୁଡିକ ସେତେବେଳେ ସଫଳ ହୋଇଥାଏ, ଯେତେବେଳେ ଯୋଜନାଟି ଉଦ୍ଧିଷ୍ଟ ବର୍ଗ ଙ୍କ ପାଖରେ ପହଂଚିଥାଏ ଏବଂ ଯୋଜନା ମାଧ୍ୟମ ରେ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରାଯାଇଥାଏ। ଯଦି ଆମେ, ଓଡିଶା ର ମତ୍ସ୍ୟ ଉତ୍ପାଦନ ସ୍ଥିତି ଓ ଏହାର ଅଗ୍ରଗତି ବିଷୟରେ ଆଲୋକପାତ କରିବା, ତେବେ ଏତିକି କୁହାଯାଇପାରେ ମତ୍ସ୍ୟ ବିଭାଗର ସମୟୋପଯୋଗୀ କାର୍ଯ୍ୟ ଓ ନିୟମିତ ପଦକ୍ଷେପ ଯୋଗୁଁ, ଓଡିଶା ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଛି।

ଓଡିଶା ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା କେତେଗୁଡିକ ଯୋଜନା ଯାହାକି ମତ୍ସ୍ୟ ସମ୍ପଦର ବିକାଶ କରିବାରେ ସହାୟକ ହୋଇପାରିଛି। ଓଡିଶା ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନା, ଏହି ଯୋଜନାଟି ପୋଖରୀ ଖୋଳିବା ସହିତ ମାଛ ଚାଷ ପାଇଁ ଉଦ୍ଧିଷ୍ଟ। ଆଗ୍ରହୀ ଚାଷୀ, ଯୁବଗୋଷ୍ଟି ଓ ଆତ୍ମନିଯୁକ୍ତି ପାଇଁ ଏହା ଏକ ଉତ୍ତମ ଯୋଜନା। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ଯୋଜନା ଓଡିଶା ସରକାରଙ୍କର ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସଶକ୍ତିକରଣ କରିବା ସହିତ ରାଜ୍ୟର ମତ୍ସ୍ୟ ଉତ୍ପାଦନ ଓ ମାଛ ଚାଷ ପ୍ରତି ସାଧାରଣରେ ଆଗ୍ରହ ସୃଷ୍ଟି କରିବା ଏହି ଯୋଜନଟିର ଉଦେଶ୍ୟ। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପୃଷ୍ଟିହୀନତା ଦୂରୀକରଣ ହୋଇପାରିବ। ଅଧିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ ନୂତନ ଜ୍ଞାନ ଓ ଯନ୍ତ୍ରପାତିର ଆବଶ୍ୟକତା ଅଛି, ତେଣୁ ଜଳକୃଷି ଯନ୍ତ୍ରପାତି ଗୁଡିକର ବହୁଳ ବ୍ୟବହାର ପାଇଁ ଓଡିଶା ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସହାୟତାର ବ୍ୟବସ୍ଥା କରାଯାଇଛି। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ମାନଙ୍କର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗୁଡିକର ପୁନଃକ୍ଷମ କରିବାପାଇଁ ୨ଲକ୍ଷ ଟଙ୍କIର ଆବଣ୍ଟନ ପାଣ୍ଠି ପର୍ଯ୍ୟIୟକ୍ରମେ ଯୋଗାଇ ଦିଆଯାଉଛି। ତେଣୁ ଏ ପ୍ରକାର ପ୍ରୋତ୍ସାହନ ନିଶ୍ଚିତ ଭାବରେ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗୁଡିକୁ ଉନ୍ନତି ପଥରେ ସହାୟକ ହେବI ସହିତ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ମାନଙ୍କର ଆର୍ଥିକ ବିକାଶ ହୋଇପାରିବ ବୋଲି ଆଶା କରIଯାଏ। କ୍ଷIରିପାଣି ରେ ମାଛ ଓ ଚିଙ୍ଗୁଡ଼ି ଚାଷ କରିବା ପାଇଁ ରାଜ୍ୟ ସରକାରଙ୍କର ଯୋଜନା କାର୍ଯ୍ୟକାରୀ ହେଉଅଛି। ଏହି ପ୍ରୋତ୍ସାହନ ମାଧ୍ୟମରେ କ୍ଷIରିପାଣି ସମ୍ପଦର ସୁବିନିଯୋଗ ହେବI ସହିତ ଆତ୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପ ମାଧ୍ୟମ ରେ ନୂତନ ପୋଖରୀ ଖନନ ଓ ଚିଙ୍ଗୁଡ଼ି ଚାଷ, ନୂତନ ପୋଖରୀ ଖନନ ଓ ଭେକଟି ମାଛ ଚାଷ ଏବଂ କ୍ଷIରିପାଣି ମାଛ ଓ ଚିଙ୍ଗୁଡ଼ି ହ୍ୟାଚେରି ପ୍ରତିଷ୍ଠା ପାଇଁ ପ୍ରକଳ୍ପର ମୂଲ୍ୟ ସହିତ ରିହାତିର ବ୍ୟବସ୍ତା କରାଯାଇଛି। ବାୟୋଫ୍ଲୁକ ମାଧ୍ୟମରେ ମାଛ ଚାଷ, ମତ୍ସ୍ୟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆଗ୍ରହୀ ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବା ଓ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ଯୋଜନା। ବାୟୋଫ୍ଲୁକ ମାଧ୍ୟମରେ ଜଣେ ହିତାଧିକାରୀ କମ ଖର୍ଚରେ, କମ ଜାଗାରେ, କମ ସମୟରେ ଓ କମ ଜଳରେ ଚାଷ କାର୍ଯ୍ୟ କରିପାରିବ। ପଲିଥିନ ଅIସ୍ତରଣଯୁକ୍ତ ପୋଖରୀରେ ଚିଙ୍ଗୁଡ଼ି ଚାଷ କରିବା ପାଇଁ ସରକାରଙ୍କର ଯୋଜନା କାର୍ଯ୍ୟକାରୀ ହେଉଅଛି। ଏହି ପଦ୍ଧତିରେ କ୍ଷIରିପାଣି ରେ ଚିଙ୍ଗୁଡ଼ି ଚାଷ କଲେ, ହିତାଧିକାରୀ ଅଧିକ ଉତ୍ପାଦନ ପାଇପାରିବେ। ରାଜ୍ୟର ମାଛ ଚାଷୀ ଓ ମାଛ ଚାଷ ପ୍ରତି ଆଗ୍ରହୀ ଲୋକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଯୋଜନା ଗୁଡିକ ଅତ୍ୟନ୍ତ ଉପଯୋଗୀ ଓ କର୍ମ ନିଯୁକ୍ତି ମାଧ୍ୟମରେ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା ଗୁଡିକ ଗୁରୁତ୍ୱପୂର୍ଣ ଅଟେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.