ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସାମଗ୍ରିକ ପରିଚାଳନା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ଶ୍ରୀ ମହାପାତ୍ର, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ଓ ସହଯୋଗୀ ବିଶ୍ୱମ୍ଭର ପରିଡା ପ୍ରମୁଖ ମେଡିକାଲର ବର୍ହିବିଭାଗ ଓ ଅନ୍ତେବାସୀ ରୋଗୀ ସେବା, ପ୍ରସୂତି ବିଭାଗରେ ଉପଲବ୍ଧ ସୁବିଧା, ଯକ୍ଷ୍ମା ଓ ଏଡସ ନିୟନ୍ତ୍ରଣ ବିଭାଗ, ଟିକାକରଣ ଓ ସଂରକ୍ଷଣ ବ୍ୟବସ୍ଥା, ଔଷଧ ସଂରକ୍ଷଣ କକ୍ଷ ଓ ବିତରଣ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଔଷଧୀୟ ବୃକ୍ଷ ରୋପଣ, ଉନ୍ନୟନ କାର୍ଯ୍ୟ ସହ କାର୍ଯ୍ୟାଳୟ ପରିଚାଳନା ଆଦି ସମ୍ପର୍କରେ ଅନୁଧ୍ୟାନ କରି ପରିଦର୍ଶକ ପୁସ୍ତିକାରେ ସନ୍ତୋଷ ମନ୍ତବ୍ୟ ଲିପିବଦ୍ଧ କରିଥିଲେ । ପୂର୍ବରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ନିର୍ଦ୍ଦେଶକ ଓ ସି.ଡି.ଏମ.ଓ.ମଧ୍ୟ ତଦନ୍ତ କରିଥିଲେ । ମେଡିକାଲ ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ, ବି.ପି.ଏମ. ରଶ୍ମିରେଖା ପୃଷ୍ଟି, ବି.ଏ.ଏମ. ରଞ୍ଜିତ ବରାଳ, ବି.ଡି.ଏମ. ଶୁଭ୍ରା ଗାଙ୍ଗୁଲି, ଫାର୍ମାଶିଷ୍ଟ ପଙ୍କଜ କୁମାର ବେହେରା, ନର୍ସ ଅନୁପମା ବେହେରା, ସମ୍ପତ୍ତି ଶଙ୍ଖୁଆ, କାର୍ଯ୍ୟାଳୟ ସହାୟକ ପ୍ରଦୀପ୍ତ ପଣ୍ଡା, ଲଲାଟ ପାଢୀ ପ୍ରମୁଖ ଅନୁଧ୍ୟାନରେ ସହଯୋଗ କରିଥିଲେ ।