Home ଜିଲ୍ଲା ପରିକ୍ରମା ମୁକ୍ତା ଯୋଜନାରେ ୫ଟି ସଚିବ ଭର୍ଚୁଆଲ ମିଟିଂରେ ସମସ୍ୟା ବୁଝିଲେ

ମୁକ୍ତା ଯୋଜନାରେ ୫ଟି ସଚିବ ଭର୍ଚୁଆଲ ମିଟିଂରେ ସମସ୍ୟା ବୁଝିଲେ

44

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ପ୍ରତିକାର ପାଇଁ ଆଜି ୫ଟି ସଚିବ ଭିକେ ପାଣ୍ଡିୟାନ ମୁକ୍ତା ଯୋଜନା ମାଧ୍ୟମରେ ସହର ରୂପାନ୍ତୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଧାମନଗର ବିଜ୍ଞାପିତ ଅଂଚଳର ଅଧିକାରୀ ଓ ଜନସାଧାରଣଙ୍କ ମତାମତକୁ ଗ୍ରହଣ କରିଥିଲେ । ଏଥିରେ ଚାନ୍ଦବାଲିର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ଼ଃ. ବ୍ୟମୋକେଶ ରାୟ, ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ସମେତ ଧାମନଗର ଏନ୍‌ଏସିରେ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ସହିତ ମୁକ୍ତା ଯୋଜନାର ଏକ ଭର୍ଚୁଆଲ ମିଟିଂରେ ଆଲୋଚନା କରିଥିଲେ । ଧାମନଗର ଏନ୍‌ଏସିର ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ପାନୀୟ ଜଳର ବନ୍ଦୋବସ୍ତ ଶତପ୍ରତିଶତ କରାଯାଇଛି ଏବଂ ଧାମନଗର ସହରାଞ୍ଚଳରେ ୮କିଲୋମିଟର ପର୍ଯ୍ୟବ୍ୟାପ୍ତ ୧୪୭୯ଟି ଷ୍ଟ୍ରିଟଲାଇଟ ସ୍ଥାପନ କରାଯାଇଛି । ତେବେ ଧାମନଗର ବିଜ୍ଞାପିତ ଅଂଚଳରେ ଆହୁରି ବିଭିନ୍ନ ସମସ୍ୟା ରହିଛି । ଏଥିପାଇଁ ପ୍ରାୟ ୪କୋଟି ୧୯ଲକ୍ଷ ଟଙ୍କା ପାଇଁ ରାସ୍ତା, ଖେଳପଡ଼ିଆ, ଶୌଚାଳୟ, ଡ଼୍ରେନ, ପବ୍ଲିକ ଜିମ୍‌, ଶିଶୁ କ୍ରୀଡ଼ା, କ୍ଷୁଦ୍ର ଉଦ୍ୟାନ ଆଦି ଉନ୍ନୟନ କାର୍ଯ୍ୟାପାଇଁ ଅର୍ଥର ଆବଶ୍ୟକ ରହିଛି । ସେଥିପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ଭର୍ଚୁଆଲ ମିଟିଂରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଭର୍ଚୁଆଲ ମିଟିଂରେ ଶରତଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ରାଉତ, ନିବେଦିତା ଜେନା, ସେକ୍ ଜାଫର ଅଲ୍ଲୀ, ଅମରେନ୍ଦ୍ର ମହାନ୍ତି, ଜଗଦିସ୍ ପାତ୍ର, ଏମ୍‌ଡ଼ି ଫକିରୁଦ୍ଦିନ୍‌, ଅରୁଣ ପ୍ରକାଶ ନାୟକ, ସରୋଜ କୁମାର ସେଠୀ, ଚକ୍ରଧର ରାଉତ, ବିଜୟ କୁମାର ବେହେରା, ସଞ୍ଜୀବ ମଲ୍ଲିକ, ରାଜେନ୍ଦ୍ର ଜେନା, ବିଜୟକେତନ ସାହୁ, ସେକ୍ ଜୁଲୋ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.