Home ଜିଲ୍ଲା ପରିକ୍ରମା “ସାମ୍ବାଦିକ ଓ ପ୍ରଶାସନ ଭିତରେ ସମ୍ପର୍କ ତେଲ ଓ ପାଣି ଭଳି ନହୋଇ କ୍ଷୀରନୀର ଭଳି...

“ସାମ୍ବାଦିକ ଓ ପ୍ରଶାସନ ଭିତରେ ସମ୍ପର୍କ ତେଲ ଓ ପାଣି ଭଳି ନହୋଇ କ୍ଷୀରନୀର ଭଳି ହେଉ”, ଜିଲ୍ଲା ସ୍ତରୀୟ ପ୍ରେସ ଦିବସ ପାଳନ ସମାରୋହ

14

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ଅନୁଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ-୨୦୨୧ ଆଜି ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଆକାଡେମୀର ସଦସ୍ୟ ପବିତ୍ର କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରେସ ଦିବସ ପାଳନ ଆଭିମୁଖ୍ୟ ଆଧାରରେ ପ୍ରେସ୍ କାଉନ୍‌ସିଲ ଅଫ ଇଣ୍ଡିଆର ସାଙ୍ଗଠନିକ ଓ କାର୍ଯ୍ୟକ୍ଷମ ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସାମ୍ବାଦିକତା ଏକ ଉତ୍ସର୍ଗୀକୃତ ବୃତ୍ତି ଯେତେ ବାଧାବିଘ୍ନ, ଅର୍ଥାଭାବ, ବିପଦ ଥିଲେବି ସାମ୍ବାଦିକ ନିଜ ଜୀବନକୁ ପାଣି ଛଡ଼ାଇ ସମ୍ବାଦ ସଂଗ୍ରହ କରିବାକୁ ଆଗେଇ ଯାଆନ୍ତି । କରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ଅନେକ ସାମ୍ବାଦିକ ତାର ଜ୍ୱଳନ୍ତ ଉଦାହରଣ । ଆଜିର ଦିନରେ ସାମ୍ବାଦିକ ଓ ପ୍ରଶାସନ ଭିତରେ ସମ୍ପର୍କ ତେଲ ଓ ପାଣିର ନହୋଇ କ୍ଷୀର ନୀରର ସହାବସ୍ଥାନ ନେଲେ ସମାଜର ହିତ ସାଧିତ ହୋଇଥାଏ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ବିଭିନ୍ନ କାର୍ଯ୍ୟକ୍ରମ, ବିପର୍ଯ୍ୟୟ କି ମହାମାରୀ ସମୟରେ ସାମ୍ବାଦିକ ମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହିତ ଗଣ ମାଧ୍ୟମର ଶାଣିତ ଶାବ୍ଦିକ ପ୍ରହାରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର କିପରି ମୂଳୋତ୍ପାଟନ ହୋଇଥାଏ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ ।

ବିଭିନ୍ନ ସରକାରୀ ଯୋଜନା ଆଦି କ୍ଷେତ୍ରରେ ବେଳେ ବେଳେ କେତେକ ଜାଗାରେ ପ୍ରଶାସନ ପହଞ୍ôଚପାରି ନଥାଏ । ଗଣମାଧ୍ୟମ ସେଠାରେ ପହଞ୍ôଚ ଲୋକ ଲୋଚନକୁ ଆଣିଲେ ପ୍ରଶାସନ ପଦକ୍ଷେପ ନିଏ । ମହାମାରୀ ସମୟରେ ସାମ୍ବାଦିକତା ବୃତ୍ତି ନିଭାଇବା ଦିଗରେ କର୍ତ୍ତବ୍ୟ ପ୍ରତି କିପରି ଜୀବନ ମରଣର ଆହ୍ୱାନ ଥିଲା ସେ କଥା ମଧ୍ୟ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଏବଂ ପ୍ରମୁଖ ସାମ୍ବାଦିକ ଭାବେ ଅମର ନାୟକ, ପ୍ରତାପ ଦାସ, ପ୍ରମୋଦ ରାୟ, ଜ୍ଞାନ ପ୍ରକାଶ ପାଣି, ଅଶୋକ ନାୟକ, ହରିହର ନାୟକ, ନରେନ୍ଦ୍ର ସାମଲ, ପ୍ରିୟଦର୍ଶନି ଶୁବବ୍ରତ ବୋଇତି, ଦେବାଶିଷ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ଜେନା, ଦିଲ୍ଲୀପ ଖୁଣ୍ଟିଆ, ରୂପକ ରାୟ, ଦୁର୍ଗା ଶଙ୍କର ବିଶ୍ୱାଳ, ଚାରୁଦତ୍ତ ଆର.ବି. ନାୟକ, ଶିବାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ରଖିବା ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ସମସ୍ୟା, ଦାବୀ, ଅଭିଯୋଗ ଉପସ୍ଥାପନ କରିବା ସହିତ ଦିବସ ପାଳନର ତାତ୍ପର୍ଯ୍ୟ ଓ ସାମ୍ବାଦିକତା ପାଇଁ ସାଧୁତା, ନିଷ୍ଠାପରତା, ନିର୍ଭୀକତା ସହ ଗୋପନୀୟତା ରକ୍ଷା କରିବାର ଆବଶ୍ୟକତା ସମ୍ବନ୍ଧରେ ମତାମତ ରଖିଥିଲେ । ବିଶେଷକରି ସାମ୍ବାଦିକ ମାନଙ୍କ ପାଇଁ ଏକ ଗୃହ ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ ରଖିଥିଲେ । ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା, ନିହାର ଦାସଙ୍କ ସହ ସାମ୍ବାଦିକ ପାର୍ଥ ସାରଥୀ ନାୟକ, ନବକିଶୋର ସ୍ୱାଇଁ, ଅତିଶ କୁମାର ବେହେରା, ଗୌରହରି ନାୟକ ପ୍ରମୁଖ ୭୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.