Home ଜିଲ୍ଲା ପରିକ୍ରମା ବିଦାଙ୍ଗରେ ଏନ୍‌.ଡ଼ି.ଆର.ଏଫ୍‌ର ସାମୂହିକ ଅଭ୍ୟାସ ପ୍ରଦର୍ଶନ

ବିଦାଙ୍ଗରେ ଏନ୍‌.ଡ଼ି.ଆର.ଏଫ୍‌ର ସାମୂହିକ ଅଭ୍ୟାସ ପ୍ରଦର୍ଶନ

19

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ପୂର୍ବାହ୍‌ଣରେ ଭଦ୍ରକ ମ୍ୟୁନିସିପାଲିଟିର ୧ନଂ ୱାର୍ଡ଼ର ବିଦାଙ୍ଗ ଗ୍ରାମ ନିକଟସ୍ଥ ଆଡ଼ିବନ୍ଧ ଠାରେ ଏନ୍‌.ଡ଼ି.ଆର୍‌.ଏଫ୍ କର୍ମଚାରୀଙ୍କ ଦ୍ୱାରା ବନ୍ୟାଜଳରୁ ଉଦ୍ଧାର କାର୍ଯ୍ୟ ପାଇଁ ମକଡ଼୍ରିଲ ବା ସାମୂହିକ ଅଭ୍ୟାସ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୁଳିର ୩ୟ ବାଟାଲିୟନ ଏନ୍‌.ଡ଼ି.ଆର.ଏଫ୍ ର ଇନିସିପେକ୍ଟର ଏସ୍‌.କେ.ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମକଡ଼୍ରିଲ ପ୍ରଦର୍ଶନ କରାଯାଇଥିଲା । ଭଦ୍ରକ ଅଗ୍ନିଶମ ସେବା କର୍ମଚାରୀ ମାନେ ମଧ୍ୟ ଏହି ମକଡ଼୍ରିଲରେ ସାମିଲ ହୋଇଥିଲେ । ଶିକ୍ଷକ, ବିଦ୍ୟାର୍ଥୀ, ସ୍ୱୟଂ ସହାୟକ ଦଳ, ଆଶା, ଅଙ୍ଗନବାଡ଼ି କର୍ମୀ, ସୁରଭାଇଜର, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଗ୍ରାମବାସୀବୃନ୍ଦ ଗ୍ରାମର ସ୍ୱେଚ୍ଛାସେବକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ମକଡ଼୍ରିଲ ପୂର୍ବରୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଓସଡ଼ମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ଏବଂ ଶ୍ରୀଯୁକ୍ତ ତ୍ରିପାଠୀ ଏହି କାର୍ଯ୍ୟକ୍ରମ ଜରିଆରେ ବିପର୍ଯ୍ୟୟ ପରିଚାଳନା ନେଇ ସଚେତନ ମୂଳକ ବାର୍ତ୍ତା ରଖିଥିଲେ । ପରେ ପରେ ବିଦାଙ୍ଗ ଗ୍ରାମ ଆଡ଼ିବନ୍ଧରେ ଥିବା ବୃହତ୍ ଜଳାଶୟରେ ଏନ୍‌,ଡ଼ି.ଆର.ଏଫ୍ କର୍ମଚାରୀଙ୍କଦ୍ୱାରା ବନ୍ୟା ଜଳରୁ ଉଦ୍ଧାର କାର୍ଯ୍ୟ ନେଇ ମକଡ଼୍ରିଲ ଜରିଆରେ ଡ଼େମୋ ପ୍ରଦର୍ଶନ କରାଯାଇଥିଲା । ଜଳରେ ବୁଡ଼ିଯାଉଥିବା ଲୋକକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପ୍ରଦାନ ପୂର୍ବକ ଷ୍ଟ୍ରେଚରରେ ଆମ୍ବୁଲାନସ୍ ପର୍ଯ୍ୟନ୍ତ ବୋହିନେଇ ଡ଼ାକ୍ତରଖାନାରେ ପହଞ୍ଚାଇ କିପରି ଜୀବନରକ୍ଷା କରାଯାଇପାରେ ସେ ନେଇ ମକଡ଼୍ରିଲ ପ୍ରଦର୍ଶନ କରିଥିଲେ । ମକଡ଼୍ରିଲ୍ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ବିଦାଙ୍ଗରେ ବୃକ୍ଷରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.