ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୩ ଦଫା ଦାବି ନେଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍ର ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନୂତନ ସଭ୍ୟ ସଂଗ୍ରହ ସହ ସର୍ବନିମ୍ନ ପେନସନଯୁକ୍ତ ଡିଏ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବର୍ଦ୍ଧିତ ପେନସନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଭଳି ୩ ଦଫା ଦାବି ନେଇ ଜଗତାନନ୍ଦ ମହାନ୍ତି, ବସନ୍ତ ମଲ୍ଲିକ, ମୃତ୍ୟୁଞ୍ଜୟ ମହାପାତ୍ର, ଅଜିତ କୁମାର ହୋତା, ଅଜୟ କୁମାର କୁଣ୍ଡୁ, ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ନିଜ ବକ୍ତବ୍ୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରବର୍ତ୍ତୀ ସମୟରେ ସଭାପତି ଶ୍ରୀ ନାୟକ ଆସନ୍ତା ୧୬ ତାରିଖ ଦାବି ଦିବସରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭରେ ଯୋଗଦେବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ଶେଷରେ ବାଞ୍ଛାନିଧି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।