Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ଏବଂ ଜିଲ୍ଲା ପରାମର୍ଶ (କନସଲଟାଟିଭ) କମିଟି ବୈଠକ

ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ଏବଂ ଜିଲ୍ଲା ପରାମର୍ଶ (କନସଲଟାଟିଭ) କମିଟି ବୈଠକ

19

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (ଡ଼ି.ଏଲ.ଆର.ସି) ଏବଂ ଜିଲ୍ଲା କନ୍‌ସଲଟାଟିଭ କମିଟି (ଡ଼ି.ସି.ସି.)ର ଜୁନ୍ ୨୦୨୧ ପାଇଁ ତ୍ରୈମାସିକ ବୈଠକ ଆଜି ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଡ଼ି.ସି.ସି.ର ଅଧ୍ୟକ୍ଷ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ପାଢ଼ୀ, ବିଧାୟକ ସଂଜୀବ ମଲ୍ଲିକ ,ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ , ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର , ଡ଼ିଜିଏମ୍ ଏବଂ ଆଞ୍ଚଳିକ ମୁଖ୍ୟ ୟୁକୋ ବ୍ୟାଙ୍କ, ବାଲେଶ୍ୱର ମଣ୍ଡଳ ଲଲାଟେନ୍ଦୁ ବେହେରା, ଡ଼ି.ଡ଼ି.ଏମ୍ ନାବାର୍ଡ଼ ପ୍ରମୋଦ କୁମାର ବେହେରା, ଏଲ୍‌.ଡ଼ି.ଓ ଆର.ବି.ଆଇ ଅମିତ୍ କୁମାର, ଏହି କାର୍ଯ୍ୟକ୍ରମର ଆୟୋଜକ ଏଲ.ଡ଼ି.ଏମ୍‌. ନାଗେଶ୍ୱର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜକ ଭାବେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ବ୍ୟାଙ୍କର୍ସ ଏବଂ ଡ଼ି.ଆଇ.ସି.ର ଜେନେରାଲ ମ୍ୟାନେଜର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ଼ି.ଏଫ୍‌.ଓ ଆଦି ସଂପୃକ୍ତ ବିଭାଗୀୟ ସରକାରୀ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଆର୍ଥିକବର୍ଷ ୨୦୨୧-୨୨ ପାଇଁ ବ୍ୟାଙ୍କ ଗୁଡ଼ିକର ବାର୍ଷିକ କ୍ରେଡିଟ୍ ଯୋଜନାରେ ପ୍ରଦର୍ଶନ ଓ ସଫଳତା ର ସମୀକ୍ଷା କରାଯାଇଥିଲା । ବିଭିନ୍ନ ସରକାରୀ ଯୋଜନାରେ ବିଭିନ୍ନ ବ୍ୟାଙ୍କ ସହିତ ଋଣ ଆବେଦନର ସ୍ଥିତାବସ୍ଥା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍‌ସନ୍ ଯୋଜନା ଆଦି ଭଳି ସାମାଜିକ ସୁରକ୍ଷା ଯୋଜନା ମାନଙ୍କରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା, ତାଲିକାଭୁକ୍ତ କରାଯିବା ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯାଇ ଅଧିକ ସଫଳତା ପାଇଁ ପରାମର୍ଶ ଦିଆଯାଇଥିଲା । ନୂଆ ବ୍ୟାଙ୍କ ଶାଖା ସବୁ ଖୋଲାଯିବା ନେଇ ମଧ୍ୟ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । କ୍ରେଡ଼ିଟ୍ ଏବଂ ଡ଼ିପୋଜିଟ୍ ଅନୁପାତ ୬୦ ଶତକଡ଼ା ରୁ କମ୍‌ଥିବା ବ୍ୟାଙ୍କସବୁ ବର୍ଷଶେଷ ସୁଦ୍ଧା ଅତିକମ୍‌ରେ ୫୦ ଶତକଡ଼ାକୁ ବୃଦ୍ଧି କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଭଦ୍ରକ ବ୍ଲକ୍‌ର ବ୍ୟାବସାୟ ପେଣ୍ଠଥିବା ଜାଗା ମାନଙ୍କରେ ବ୍ୟାଙ୍କ ଗୁଡ଼ିକର ନୂଆ ଶାଖା ଖୋଲିବା ପାଇଁ ମାନ୍ୟବର ବିଧାୟକ ପ୍ରସ୍ତାବ ଦେଇଥିଲେ । ପ୍ରତିନିଧିଙ୍କ ଜରିଆରେ ମାନ୍ୟବର ସାଂସଦ ମଧ୍ୟ ତିହିଡ଼ି , ଧାମନଗର ଓ ଭଦ୍ରକ ବ୍ଲକରେ ବ୍ୟାଙ୍କ ଗୁଡ଼ିକର ନୂଆଶାଖା ଖୋଲିବା ପାଇଁ ଜଣାଇଥିଲେ । ବ୍ୟାଙ୍କ ନଥିବା ଗାଁ ମାନଙ୍କରେ କିମ୍ବା ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କମାନେ ବର୍ତ୍ତମାନ ଡ଼ି.ସି.ସି.ର ବିନା ଅନୁମତିରେ ବ୍ୟାଙ୍କର ନୂଆ ଶାଖା ଖୋଲିପାରିବେ ବୋଲି ଏଲଡ଼ିଏମ୍ ବୈଠକରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.