Home Top News ପିପିଲି ଉପ ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ

ପିପିଲି ଉପ ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ

45

ପୁରୀ- ୦୨.୧୦ (ଓଡ଼ିଆ ପୁଅ) – ପିପିଲି ଉପ ନିର୍ବାଚନର ଭୋଟଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦୁଇଟି ପ୍ରକୋଷ୍ଠର ୧୪ଟି ଟେବୁଲରେ ୨୫ ରାଉଣ୍ତ ଗଣତି କରାଯିବ। ଅନ୍ୟ ଏକ ପ୍ରକୋଷ୍ଠରେ ପୋଷ୍ଟାଲ ଭୋଟ ଗଣତି କରାଯିବ। ଆଜି ସକାଳ ୭ ଘଟିକା ସମୟରେ ଗଣତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଭିଏମ ଗୁଡିକୁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା। ଉପ ନିର୍ବାଚନରେ ୯୫ ହଜାର ୩୮୩ ଜଣ ପୁରୁଷ, ୮୪ ହଜାର ୫୯୭ ଜଣ ମହିଳା ଭୋଟର ଅର୍ଥାତ ଶତକଡା ୭୮.୨୫ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଏକ ଲକ୍ଷ ୭୯ ହଜାର ୯୮୦ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।

ଗତକାଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ସଦଭାବନା ସଭାଗୃହରେ ନିୟୋଜିତ ଅଧିକାରୀଙ୍କୁ ଭୋଟ ଗଣତି ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁମନ୍ତ କର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ବନାଥ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.