Home ଜିଲ୍ଲା ପରିକ୍ରମା ଆସିକ୍ ଗୁଣିଆଙ୍କ କଳା କାରନାମା, ଝଡ଼ାଫୁଙ୍କା ବାହାନାରେ ଯୁବତୀଙ୍କୁ ଯୌନ ଶୋଷଣ ଅଭିଯୋଗ: ଗୁଣିଆ ଗିରଫ

ଆସିକ୍ ଗୁଣିଆଙ୍କ କଳା କାରନାମା, ଝଡ଼ାଫୁଙ୍କା ବାହାନାରେ ଯୁବତୀଙ୍କୁ ଯୌନ ଶୋଷଣ ଅଭିଯୋଗ: ଗୁଣିଆ ଗିରଫ

127

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକମାନଙ୍କୁ ଝଡ଼ାଫୁଙ୍କା କରିବା ଏବଂ ତାଙ୍କ ରୋଗ ଭଲ କରିବା ଏକ ଅନ୍ଧବିଶ୍ୱାସ ଥିବାବେଳେ ଜଣେ ଆତ୍ମଘୋସିତ ବାବା ସାଜି ବିଭିନ୍ନ ସମୟରେ ଗୁଣି ଗାରେଡ଼ିକରି ଲୋକମାନଙ୍କ ପାଖରୁ ଶହଶହ ଟଙ୍କା ଲୁଟୁଥିବାବେଳେ ବିଶେଷ କରି ମହିଳା ଓ ଯୁବତୀ ମାନଙ୍କୁ ଝଡ଼ାଫୁଙ୍କା ଆଳରେ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗକୁଛୁଇଁ ନିଜ ପ୍ରେମ ଜାଲରେ ଛନ୍ଦିରଖି ସେମାନଙ୍କୁ ପ୍ରେମ ନିବେଦନ କରିବା ଏବଂ ତାଙ୍କ ସହିତ ଶାରିରୀକ ସମ୍ପର୍କରଖି ସେମାନଙ୍କୁ ବ୍ଲାକମେଲିଂ କରୁଥିବାର ଏକ ଘଟଣା ଧାମନଗରରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଥାଉକି ଧାମନଗର ବିଜ୍ଞାପିତ ଅଂଚଳର ପଠାଣମହଲ୍ଲା ଗ୍ରାମର ସେକ୍ ଆସିକୁର ରହେମାନ (ଆସିକ୍ ମୁଲ୍‌ସାବ) (ବୟସ ୩୫) ପିତା- ସେକ୍ ହପିଜୁର ରହେମାନ୍ ସେହି ଗାଁର ଜଣେ ୧୯ବର୍ଷିୟା ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ତାକୁ ବାରମ୍ବାର ଯୌନସମ୍ପର୍କ ରଖି ଆସୁଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାପାଇଁ ଧମକ ମଧ୍ୟ ଦେଇଥିଲେ ।

ପ୍ରକାଶ ଥାଉକି ଯୁବତୀ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲନଥିବାରୁ ସେହି ଗୁଣିଆ ପାଖକୁ ଯାଇଥିଲେ । ତାକୁ ଝଡ଼ାଫୁଙ୍କା କରିବାଦ୍ୱାରା ତାଙ୍କର ଦେହ ଭଲହେବାରୁ ପରବର୍ତ୍ତି ସମୟରେ ଯୁବତୀ ଜଣକ ଦ୍ୱିତୀୟ ଥର ପାଇଁ ଯାଇଥିବାବେଳେ ତାଙ୍କୁ ଗୁଣି ଗାରେଡ଼ି ମାଧ୍ୟମରେ ଫସାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ଶାରିରୀକ ସମ୍ପର୍କବେଳେ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରି ରଖି ବିଭିନ୍ନ ସମୟରେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଏପରି ୬ମାସ ବିତିଯିବା ପରେ ଯୁବତୀ ଜଣକ ଉକ୍ତ ଗୁଣିଆକୁ ବାହାହେବାପାଇଁ ବାଧ୍ୟ କରିବାରୁ ସେ ତାଙ୍କୁ ନାଲିଆଖି ଦେଖାଇ ମାରିଦେବା ସହିତ ପରିବାରକୁ ମଧ୍ୟ ମାରିଦେବାପାଇଁ ଧମକ ଦେଇଥିଲେ । ତେବେ ନିରୁପାୟ ହୋଇ ଯୁବତୀ ନିଜର ପରିବାର ଲୋକଙ୍କୁ କହିଥିଲେ । ପରେ ଗତକାଲି ଯୁବତୀ ଜଣକ ଧାମନଗର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପ୍ରଦୀପ ମହନ୍ତ ଘଟଣାର ତଦନ୍ତ କରିବା ପାଇଁ ଏସ୍‌ଆଇ ମୋନାଲିସା ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ । ଏ ସମ୍ପର୍କରେ ଧାମନଗର ଥାନାରେ କେସ ନଂ ୨୫୫/୨୧ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଆସିକୁରକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ତେବେ ଧାମନଗର କୋର୍ଟର ମାନ୍ୟବର ବିଚାରପତି ଅଭିଯୁକ୍ତ ଆସାମିଙ୍କ ଜାମିନ୍‌କୁ ଖାରଜ କରି ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପ୍ରକାଶ ଥାଉକି ଅଭିଯୁକ୍ତ ଆସିକୁର ଯାଜପୁର ଜିଲ୍ଳାର ବ୍ରହ୍ମବରଦା ଏକ ସ୍କୁଲର ଶିକ୍ଷକ ଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.