Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ବର୍ଷାରେ ଧାମନଗର ବେହାଲ, ଜିଲ୍ଳାପାଳ ଓ ଜଳସେଚନ ବିଭାଗ, ମୁଖ୍ୟଯନ୍ତ୍ରୀ ଧାମନଗର ଗସ୍ତକରି...

ଲଘୁଚାପ ଜନିତ ବର୍ଷାରେ ଧାମନଗର ବେହାଲ, ଜିଲ୍ଳାପାଳ ଓ ଜଳସେଚନ ବିଭାଗ, ମୁଖ୍ୟଯନ୍ତ୍ରୀ ଧାମନଗର ଗସ୍ତକରି ସମୀକ୍ଷା କଲେ

30

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଞ୍ଚଦିନ ଧଣି ଅବିଶ୍ରାନ୍ତ ଲଘୁଚାପ ଜନିତ ବର୍ଷା ଦ୍ୱାରା ଧାମନଗର ବ୍ଲକର ବିଭିନ୍ନ ଗାଁ ଗହଳି ରାସ୍ତା ପାଣି କାଦୁଅରେ ନାହିଁ ନଥିବା ଲୋକମାନେ ହିନସ୍ତା ହୋଇ ଜାତାୟତ କରୁଥିବାବେଳେ ଏହି ଲଗାଣ ବର୍ଷା ଦ୍ୱାରା ବିଭିନ୍ନ ଚାଷଜମି ଏବେ ଜଳମଗ୍ନ ହୋଇଯାଇଛି । ଉପରମୁଣ୍ଡରେ ତଥା ଚମ୍ପୁଆରେ ୩୯.୬୦ ମିଲିମିଟର, କେନ୍ଦୁଝରରେ ୫୯.୮୦ ମିଲିମିଟର, ସୋମପାଟଣାରେ ୪.୨୦ ମିଲିମିଟର, ଆନନ୍ଦପୁର ୭୨.୨୬ ମିଲିମିଟର, ଆଖୁଆପଦା ୮୨.୬୦ ମିଲିମିଟର ବର୍ଷା ଦ୍ୱାରା ବୈତରଣୀରେ ବନ୍ୟା ଆସିଛି । ଏହି ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ମିଟର ଥିବାବେଳେ ଆଜି ସନ୍ଧ୍ୟାରେ ବିପଦ ସଙ୍କେତ ଉପରେ ଅର୍ଥତ୍ ୧୮.୩୦ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏନେଇ ଆଜି ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେରଖି ଏକ ଗୁରୁତପୁର୍ଣ୍ଣ ବୈଠକ ମଧ୍ୟ ଡ଼କାଯାଇଥିଲା । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏବିଡ଼ିଓ ଶୁଶ୍ରୀସର୍ମିଷ୍ଠା ମଲ୍ଳିକ ସମେତ ବିଭିନ୍ନ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଆଲୋଚନା କରିଥିଲେ । ତେବେ ପଞ୍ଚାୟତ ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମଧ୍ୟାହ୍ନରେ ଜିଲ୍ଳାପାଳ ତ୍ରିଲୋଚନ ମାଝୀ, ଜଳସେଚନବିଭାଗର ମୁଖ୍ୟଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ସହକାରୀଯନ୍ତ୍ରୀ ବାମଦେବ ବିଶ୍ୱାଳ, ଯାଜପୁର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲ, ଆଖୁଆପଦା ଡ଼ିଭିଜନର ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ଷଡ଼ଙ୍ଗି, ଧାମନଗର ଜଳସେଚନ ବିଭାଗର ଏସ୍‌ଡ଼ିଓ ଷଙ୍କର୍ଷଣ ବେହେରା, ସହକାରୀଯନ୍ତ୍ରୀ କିଶୋର କୁମାର ଦାସ, କନିଷ୍ଠଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଧାମନଗର ବ୍ଲକର ଗୌରାଙ୍ଗପୁର ଓ ମଲ୍ଳିମାହାରା ଏସ୍‌କେଫ ପରିଦର୍ଶନ କରିଥିଲେ । ଆଜି ସନ୍ଧ୍ୟାରେ ମଧ୍ୟ ଏହି ଦୁଇଏସ୍‌କେଫ ଦେଇ ବନ୍ୟାଜଳ ପ୍ରବେଶ କରିଛଇ । ପ୍ରକାଶ ଥାଉକି ଏହି ଏସ୍‌କେଫ ମାଧ୍ୟମରେ ବୈତଣୀ ନଦୀରୁ ବନ୍ୟାଜଳ ଆସି ଧାମନଗର ବ୍ଲକର ଖଡ଼ିପଦା, ଆନନ୍ଦପୁର, ସୋହଡ଼ା, ପଧାନୀ, ଦୋବଲ ଆଦି ପଂଚାୟତର ଚାଷଜମି ଜଳମଗ୍ନହେବାର ମଧ୍ୟ ସମ୍ଭାବନା ରହିଥିବାରୁ ଏନେଇ ଉପରିସ୍ଥ ଅଧିକାରୀମାନେ ଆଲୋଚନା କରିଥିଲେ । ତେବେ ଏହିଦୁଇଟି ଏସ୍‌କେଫ ୧୫ଦିନ ପୂର୍ବରୁ ମରାମତି କାର୍ଯ୍ୟ ସରିଥିବାରୁ ଅଧିକ ବନ୍ୟାଜଳ ପ୍ରବେଶ କରିବ ନାହିଁବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୀର୍ଘ ୫ଦିନ ଧରି ଲଘୁଚାପଜନିତ ବର୍ଷା ଦ୍ୱାରା ବିଭିନ୍ନ ନଦୀ, ନାଳ ଓ ଚାଷଜମି ଭରପୁର ଥିବାରୁ ମଧ୍ୟମ ଧରଣର ବନ୍ୟା ଆସିପାରେବୋଲି ସହକାରୀଯନ୍ତ୍ରୀ କିଶୋର ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.