Home ଜିଲ୍ଲା ପରିକ୍ରମା ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୪ ଶିକ୍ଷକ ଫେରାର, ଜଣଙ୍କ ନାମରେ ମାମଲା ରୁଜୁ

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୪ ଶିକ୍ଷକ ଫେରାର, ଜଣଙ୍କ ନାମରେ ମାମଲା ରୁଜୁ

121

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ସର୍ବଶିକ୍ଷା ଅଭିଯାନ ଏ ବଡ଼ ଅଭିଯାନ । ହେଲେ ଶିକ୍ଷାଦାନ ଭଳି ଯେଉଁ ମହତକାର୍ଯ୍ୟ ଏଥିରେ ଯଦି କଳଙ୍କଲାଗେ ତାହାହେଲେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିବ ଶିକ୍ଷକମାନେ ଯଦି ଜାଲ ସାର୍ଟିଫିକେଟ ଦେଇ ଏଠି ଶିକ୍ଷାବ୍ୟବସ୍ଥା କେମିତି ଚାଲିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅଧିକାଂଶ ସ୍ଥାନରେ ଶିକ୍ଷକମାନେ ଜାଲ ସାର୍ଟିଫିକେଟ ପ୍ରଦାନ କରି ଶିକ୍ଷକତା କରୁଥିବାବେଳେ ଏବେ ସେମାନଙ୍କର କଳାକାରନାମା ପଦାକୁ ଆସିଛି । ପ୍ରକାଶ ଥାଉକି ଭଦ୍ରକ ଜିଲ୍ଳା ବାସୁଦେବପୁର ଥାନା ଅଂଚଳର ଶୁଆଁ, ସୁଦର୍ଶନପୁର ଗ୍ରାମର ପଞ୍ଚାନନ ମଳିକଙ୍କ ପୁଅ ପୃଥିରାଜ ମଳିକ(୨୮) +୨ ସିଟି କରି ଗତ ତା୨୫/୦୫/୨୦୧୩ରେ ଧୂଷୁରୀ ଥାନା ଅଂଚଳର ବମକୁରା ପ୍ରାଇମେରି ସ୍କୁଲରେ ଶିକ୍ଷକତା ଭାବେ ଚାକିରି କରିଥିଲେ । ହେଲେ ଚାକିରି ସମୟରେ ତାଙ୍କର ବୋର୍ଡ଼ ମାର୍କ ୫୬୭ ଥିବାବେଳେ ଶ୍ରୀଜଗନ୍ନାଥ ସାଂସ୍କ୍ରିଟ୍ ବିଦ୍ୟାଳୟ, ପୁରୀରୁ ୮୫୮ ମାର୍କ ଫର୍ଜରିକରି ସର୍ବିସବୁକ୍ ଡ଼ିପୋଜିଟ କରିଥିଲେ । ପରେ ଧାମନଗର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କର ସାର୍ଟିଫିକେଟ ଭେରିଫିକେସନ ପାଇଁ ନିର୍ଦ୍ଦେଷ ଦିଆଯିବାପରେ ଶ୍ରୀ ମଲ୍ଳିକ ତା ୦୪/୧୦/୨୦୧୯ରୁ ଆଉ ବିଦ୍ୟାଳୟକୁ ଆସିନଥିଲେ କି କୌଣସି ଯୋଗାଯୋଗ ରଖିନଥିଲେ । ଦୀର୍ଘବର୍ଷ ବିଦ୍ୟାଳୟର ଅନୁପସ୍ଥିତ ଯୋଗୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଧାମନଗର ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଗତକାଲି ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ ଧୂଷୁରୀ ଥାନାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ କରିଛନ୍ତି । ଏ ସମ୍ପକରେ ଧୂଷୁରୀ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ସେହିପରି ଭଗବାନପୁର ନୋଡ଼ାଲ ସ୍କୁଲର ଶିକ୍ଷକ ସିଙ୍ଗରାଇ ଟୁଡ଼ୁ ତାଙ୍କ ଘର ବାଙ୍କତିରା, ପୋ- ସରମରା, ଜି- ଭଦ୍ରକ ସେ ଗତ ତା ୨୯/୦୬/୨୦୧୭ରୁ ବିଦ୍ୟାଳୟକୁ ଆସୁନଥିବାବେଳେ ଖଡ଼ିପଦା ପଂଚାୟତର ଦକ୍ଷିଣକୋରୁଆ ପ୍ରାଇମେରି ସ୍କୁଲର ଶିକ୍ଷକ ବାବୁଲା ସିଂ ଜାମୁଣ୍ଡା, ଓ ଖଡ଼ିମାହାରା ପ୍ରାଇମେରି ସ୍କୁଲର ଶିକ୍ଷକ ଭାରତୀ ପଦୁରିଆ ଏମାନେ ଗତ ଫେବୃଆରୀ ୨୦ ମସିହାରୁ ନିଜ ବିଦ୍ୟାଳୟକୁ ନଆସିବା ଏବଂ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କୌଣସି ସମ୍ପର୍କ ରଖିନଥିବାରୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ ପ୍ରକାଶ କରିଛନ୍ତି । ତେବେ ଏମାନେ ଦୀର୍ଘବର୍ଷ ହେବ ଚାକିରିରେ ଯୋଗନଦେଇ ଫେରାର ଥିବାରୁ ସେମାନଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଜିବବୋଲି ଶ୍ର ବାରିକ ପ୍ରକାଶ କରିଛନ୍ତି । ସୂଚନାଥାଉକି ଧାମନଗର ବ୍ଳକର ପ୍ରାୟ ୬୫୮ଜଣ ଗଣଶିକ୍ଷକ, ଜିଲ୍ଳାପରିଷଦ ଶିକ୍ଷକଙ୍କର ୨୦୦୧ ମସିହାରୁ ସେମାନଙ୍କର ସାର୍ଟିଫିକେଟ ଭେରିଫିକେସନ କରାଯାଉଛି । ଏହା ମଧ୍ୟରେ କେତେକ ଜାଲ ସାର୍ଟିଫିକେଟ ଦେଇ ଚାକିରିକରି ପୂର୍ବରୁ ଦଣ୍ଡିତ ହୋଇଥିବାବେଳେ ଏବେ ପୁଣି ସାର୍ଟଫିକେଟ ଭେରିପିକେସନ ଭୟରେ ଅନେକ ଶିକ୍ଷକ ଫେରାର ଥିବା ଶ୍ରୀ ବାରିକ ମଧ୍ୟ ସୂଚନା ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଗତକାଲି ଠାରୁ ସାର୍ଟିଫିକେଟ ଭେରିଫିକେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବବୋଲି ବ୍ଲକ ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.