ହାଟଡିହି, ୬ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରକ ପରୀକ୍ଷା ଫଳକୁ ନେଇ ନାନା ସମସ୍ୟା ସୃଷ୍ଟି ହୋଇଥିବାବେଳେ ବୋର୍ଡ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଖାତା ରିଚେକିଂ ପାଇଁ ଆବଦେନ କରିବାକୁ ଅପେକ୍ଷା କରିଥିବାବେଳେ ବୋର୍ଡ ପକ୍ଷରୁ ଦିଆଯାଇଥିବା ଅନଲାଇନ ସାଇଟ ଖୋଲୁ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଭିଯୋଗରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଭାତକରୁଆ ଗ୍ରାମର ରବିନ୍ଦ୍ର କୁମାର ଜେନାଙ୍କ ଝିଅ ଜଣେ ମେଧାବୀ ଛାତ୍ରୀ । ଚଳିତମାଟ୍ରିକ ପରୀକ୍ଷାରେ ୩୫୦ମାର୍କ ଦିଆଯାଇଥିଲା । ସେ ସେଥିରେ ଅସନ୍ତୁଷ୍ଟ ହୋଇ ଅଫଲାଇନ ପରୀକ୍ଷା ଦେବାପରେ ୪୮୦ମାର୍କ ରଖିଥିଲେ । ସେ ମାର୍କସିଟ ଦେଖିବାପରେ ତାଙ୍କର ଏହି ମୁଲ୍ୟାୟନ ଉପରେ ସନ୍ଦେହ ହୋଇଥିଲା । ତଥାପି ତାଙ୍କର ଓଏମଆର ମାର୍କ ବହୁତ କମ ଥିବାରୁ ସେ ଖାତା ରିଚେକିଂ ପାଇଁ ଆବେଦନ କରିବାକୁ ଆଜକୁ ୫ଦିନ ହେଲା ଚେଷ୍ଟା କରୁଛନ୍ତି । କିନ୍ତୁ ସାଇଟ ଖୋଲୁ ନାହିଁ । ବୋର୍ଡ କର୍ତ୍ତୁପକ୍ଷ ୮ତାରିଖ ସୁଧା ରିଚେକିଂ ଆବେଦନର ଶେଷ ସମୟ ରଖିଥିବା ବେଳେ କର୍ତ୍ତୁପକ୍ଷଙ୍କ ଏପରି ଖାମଖିଆଲି ନୀତିକୁ ସେ ନିନ୍ଦା କରିଛନ୍ତି । ଖାଲି ଏହି ଛାତ୍ରୀ ଜଣକ ନୁହଁନ୍ତି ଏହିପରି ଅନେକ ଛାତ୍ରଛାତ୍ରୀ ଖାତା ରିଚେକିଂ ପାଇଁ ଆବେଦନ କରିବାକୁ ବସିଥିଲେବି ସାଇଟ ଖୋଲୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।