Home ଜିଲ୍ଲା ପରିକ୍ରମା ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ବୃଦ୍ଧ ଦେଢ଼ମାସ ପରେ ନୟାଗଡ଼ରୁ ଗିରଫ

ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ବୃଦ୍ଧ ଦେଢ଼ମାସ ପରେ ନୟାଗଡ଼ରୁ ଗିରଫ

175

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ୫ମାସର ଗର୍ଭବତୀ କରି ଦୀର୍ଘ ଦେଢ଼ମାସ ହେବ ଫେରାର ହୋଇ ପୁଲିସକୁ ଚକମା ଦେଖାଉଥିବା ବୃଦ୍ଧ ମାୟାଧର ଦାସ ଓରଫ କାର୍ତ୍ତିକ (୬୦)କୁ ଗତକାଲି ରାତିରେ ତିହିଡ଼ି ପୁଲିସ ନୟାଗଡ଼ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୀର୍ଘ ଦେଢ଼ମାସ ଧରି ମାୟାଧର ପୁଲିସକୁ ଚକମା ଦେଖାଇ କେତେବେଳେ କଲିକତା ତ କେତେ ବେଳେ ଭୁବେନଶ୍ୱର ପୁଣି କେତେବେଳେ ନୟାଗଡ଼ ଅଞ୍ଚଳକୁ ଚାଲି ଯାଉଥିଲା । ତେବେ ଗତକାଲି ମାୟାଧର ନୟାଗଡ଼ ଜିଲାର ଫତେଗଡ଼ ଅଞ୍ଚଳରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା । ପରେ ତିହିଡ଼ି ଥାନା ଆଇଆଇସି ତପନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବନମାଳି ବାରିକ ସଦଳବଳେ ଫତେଗଡରେ ପହଞ୍ôଚ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଅଭିଯୁକ୍ତ ମାୟାଧରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଆଜି ସକାଳେ ମାୟାଧରକୁ ତିହିଡ଼ି ଥାନା ଅଣାଯାଇ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ମାୟାଧର ଦାସ ଦୀର୍ଘ ଦିନ ଧରି ଜଣେ ନାବାଳିକାଙ୍କ ଘରକୁ ଯାଇ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରିଆସୁଥିଲା । ତେବେ ନାବାଳିକା ଜଣକ ୫ମାସର ଗର୍ଭବତୀ ହେବା ଜାଣିବା ପରେ ବୃଦ୍ଧଙ୍କୁ ଏ ସମ୍ପର୍କରେ କହିଥିଲେ । ଅଭିଯୁକ୍ତ ମାୟାଧର ଏହି ଘଟଣାରେ ତାଙ୍କ ପୁଅ ସମ୍ପୃକ୍ତ କହିଦେବୁ ବୋଲି ନାବାଳିକାକୁ କହିବା ସହ ତାଙ୍କ ନାମ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଫେରାର ହୋଇ ଯାଇଥିଲେ । ନାବାଳିକାର ଅଭିଯୋଗ କ୍ରମେ ପୁଲିସ ମାୟାଧରଙ୍କ ବିରୋଧରେ କେଶ ନଂ ୨୮୫/୨୧ରେ ବିଭିନ୍ନ ଦଫାରେ ଏକ ମାଲାର ରୁଜୁ କରି ତଦନ୍ତ ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.