ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ୩ ଜଣ ପୁଲିସ୍ ଅଧିକାରୀ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଖବର ପାଇବା ପରେ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏବଂ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଯାହା ଜଣାଯାଏ ସବ୍ଇନ୍ସିପେକ୍ଟର ମହମ୍ମଦ ହାଫିଜ୍, ଇନ୍ସିପେକ୍ଟର ସୁକାନ୍ତି କେରେଇ ଓ ଡିଆଇବି ଡିଏସ୍ପି କମଳଲୋଚନ ଭୂୟାଁ ସେମାନଙ୍କର ତଦନ୍ତ ଦକ୍ଷତା ଓ କାର୍ଯ୍ୟଶୈଳୀକୁ ନେଇ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିଷୟ ଘୋଷଣା ହୋଇଛି ।