Home ଜିଲ୍ଲା ପରିକ୍ରମା ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା, ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଓ ତାଙ୍କ ସ୍ୱାମୀ...

ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା, ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଓ ତାଙ୍କ ସ୍ୱାମୀ ଗିରଫ

64

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲୀଲତା ଦାସ ଓ ତାଙ୍କ ସ୍ୱାମୀ ବିଦ୍ୟାଧର ବେହେରାଙ୍କୁ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନସ୍) ପକ୍ଷରୁ ଗିରଫ କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ: ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ଶ୍ରୀମତୀ ଦାସଙ୍କ ବାସଭବନ ସମେତ ୪ଟି ସ୍ଥାନରେ ହୋଇଥିବା ଯାଞ୍ଚରୁ ମୋଟ ୨କୋଟି ୬୩ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ବିଭାଗ ପକ୍ଷରୁ ଶ୍ରୀମତୀ ଦାସଙ୍କ ଆୟ-ବ୍ୟୟକୁ ତର୍ଜମା କରାଯିବା ପରେ ୧କୋଟି ୩୨ ଲକ୍ଷ ୪୪ ହଜାର୭୦୯ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୁତ ବୋଲି ବିଭାଗ ଜାଣିବାକୁ ପାଇଥିଲା। ପରେ ବିଭାଗ ପକ୍ଷରୁ ବାଲେଶ୍ୱର ଭିଜିଲାନସରେ କେସ ନଂ ୧୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ଆଜି ବିଭାଗ ଶ୍ରୀମତୀ ଦାସ ଓ ତାଙ୍କ ସ୍ୱାମୀ ବିଦ୍ୟାଧର ଜେନାଙ୍କୁ ଗିରଫ କରିବା ପରେ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଅଦାଲତକୁ ଚାଲାଣ କରାଯାଇଥିଲା। ଅଦାଲତ ନିର୍ଦ୍ଦେଶରେ ଉଭୟଙ୍କୁ ସେପ୍ଟେମ୍ବର ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.