Home ଜିଲ୍ଲା ପରିକ୍ରମା କରୋନା ମଣିଷକୁ ଘରେ ସଂଗରୋଧ ରହିବି ବିପରୀତ ଢଙ୍ଗରେ କାର୍ଯ୍ୟ ସଂପାଦନା କରିବାକୁ ଶିଖାଇଲା –...

କରୋନା ମଣିଷକୁ ଘରେ ସଂଗରୋଧ ରହିବି ବିପରୀତ ଢଙ୍ଗରେ କାର୍ଯ୍ୟ ସଂପାଦନା କରିବାକୁ ଶିଖାଇଲା – ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର

77

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱରେ ମହାମାରୀ କରୋନା ମଣିଷକୁ ଘରେ ସଂଗରୋଧରେ ରହି କେମିତି ହାର ନମାନି ଭାଇରସ୍‌କୁ ପରାଜିତ କରିଛି, ତାହା ଇତିହାସ କହିବ ବୋଲି ଆଜି ଭଦ୍ରକ ଓକିଲ ସଂଘର ସଦସ୍ୟମାନଙ୍କ ସହ ସମ୍ମିଳନୀ କକ୍ଷରେ ଆୟୋଜିତ ସୌଜନ୍ୟମୂଳକ ଆଲୋଚନା କାଳରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର କହିଛନ୍ତି । କରୋନା ମହାମାରୀ ସମୟରେ ମଣିଷ ଗୃହବନ୍ଦୀ ଜୀବନଯାପନ କରୁଥିବାବେଳେ ସମଗ୍ର ମାନବ ସମାଜ ହାତଗୋଡ ବାନ୍ଧି କାର୍ଯ୍ୟରୁ ଅବ୍ୟାହତି ନେଇ ଘରେ ରହିଥିବାବେଳେ ବିଚାର ବିଭାଗ ତାର କାର୍ଯ୍ୟ କରିଚାଲିଥିଲା । ଅନଲାଇନ୍‌ରେ ଭିଡିଓ କନଫେରେନ୍ସି ମାଧ୍ୟମରେ ମାମଲାଗୁଡିକ ଶୁଣାଣି କରି ତାର ରାୟ ଦେବାରେ ବିଚାର ବିଭାଗ ତାର କାର୍ପଣ୍ୟତା ପରିପ୍ରକାଶ କରିନାହିଁ । ସେଥିପାଇଁ ସରକାରଙ୍କ ଦ୍ୱାରା ପ୍ରଣିତ ଇ-କୋର୍ଟ ବ୍ୟବସ୍ଥାର ସଦୁପଯୋଗ କରି ଭିଡିଓ କନଫେରେନ୍ସି ମାଧ୍ୟମରେ ମାମଲା ଗୁଡିକ ଶୁଣାଣି ହୋଇ ରାୟ ବି ପ୍ରକାଶ ପାଇଛି । କରୋନା କାଳରେ ବିଚାର ବିଭାଗ ଚୁପ୍ ମାରି ବସିନଯାଇ ତା କର୍ତ୍ତବ୍ୟକୁ ଠିକ୍ ଭାବରେ ତୁଲାଇଥିବାରୁ ଇ-ଫାଇଲିଂ ବ୍ୟବସ୍ଥାର ଶୁଭାରମ୍ଭ ହୋଇସାରିଛି । ଏଥିପାଇଁ ଆଇନ୍‌ଜୀବୀମାନଙ୍କୁ ମଧ୍ୟ ତାଲିମ୍ ଦିଆଯାଉଛି । ସେମାନେ ନିଜ ଘରେ ରହି ବିଭିନ୍ନ ହାଇକୋର୍ଟ, ସୁପ୍ରିମକୋର୍ଟ କିମ୍ବା ଅନ୍ୟ କୋର୍ଟମାନଙ୍କରେ ମାମଲା ଦାୟର ଓ ଶୁଣାଣି କରିପାରିବେ । ତାର ଅଂଶବିଶେଷ ସ୍ୱରୂପ ବିଚାର ପ୍ରକ୍ରିୟା ଏବେ ଘରେ ବସି ଦେଖିହେବ । ପକ୍ଷମାନେ ତାଙ୍କ ମାମଲାକୁ କୋର୍ଟମାନଙ୍କରେ ଠିକ୍ ଭାବରେ ଉପସ୍ଥାପନା କରୁଛନ୍ତି କି ନାହିଁ, ତାର ଲାଇଭ୍ ଟେଲିକାଷ୍ଟ ଏବେ ଉପଲବ୍ଦ ହେବ ବୋଲି ଡ. ଏସ୍‌. ମୁରଲୀଧର ନିଜ ବକ୍ତବ୍ୟରେ କହିଛନ୍ତି ।

ଖୁବ୍ ଶୀଘ୍ର ଭଦ୍ରକରେ ଭିଜିଲାନ୍ସ କୋର୍ଟ ତଥା ବନ୍ତରେ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିର୍ଷ୍ଟେଟ୍ ଖୋଲିବାକୁ ଯାଉଥିବାର ସୂଚନା ଦେଇଥିଲେ । ଭଦ୍ରକ ଓକିଲସଂଘ ସଭାଗୃହ ପରିସରରେ ଆୟୋଜିତ ସଭାରେ ସଂଘର ସଭାପତି ଦିଲ୍ଲୀପ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭଦ୍ରକର ଜିଲ୍ଲା ଜଜ୍ ଶିଶିର କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ସଂଘର ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା ଓକିଲସଂଘର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ନ୍ୟାୟାଧିଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପାରମ୍ଭରେ ବରିଷ୍ଠ ଆଇନ୍‌ଜୀବୀ ପଶୁରାମ ଦ୍ୱିବେଦୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଅଧିବକ୍ତା ନିରାକାର ଜେନା ବାର୍ ଓ ବିଚାରପତିମାନଙ୍କ ସମନ୍ୱୟ ସଂପର୍କରେ ନିଜର ମତବ୍ୟକ୍ତ କରିଥିଲେ । ସଂଘର ଉପସଭାପତି କରୁଣାକର ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ସମୟରେ ଆଇନ୍‌ଜୀବୀ ବସନ୍ତ ଦାସ, ରାୟରାମାନନ୍ଦ ମହାପାତ୍ର, ଅରୁଣ ଚାନ୍ଦ, ଆଡିସନାଲ ପି.ପି ଯତିକାନ୍ତ ନାୟକ, ରାଜକିଶୋର ଦାସ, ପ୍ରଫୁଲ୍ଲ ରାଉତ, ବଟକୃଷ୍ଣ ଦାସ, ଦିବ୍ୟସିଂ ନାୟକ, ପବନ ଶର୍ମା, ବାର ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର, ବିଜନ ଜେନା, ସୂର୍ଯ୍ୟକାନ୍ତ କୁଅଁର, ଗଦାଧର ବଳ, ଆଡ଼ିସିନାଲ ପି.ପି.ତାହେର ମହମ୍ମଦ, ଗୋପବନ୍ଧୁ ଦୀକ୍ଷିତ୍‌, ଆବୁ ସୁଫିଆନ୍‌, ସନ୍ତୋଷ ଆଚାର୍ଯ୍ୟ, ଅଞ୍ଜୁବାଳା ନାୟକ, ମାଧବାନନ୍ଦ ଦାସ, ସଂଘର କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର କର, ନିକୁଞ୍ଜ ପୁହାଣ, ଅଶୋକ ନାୟକ, ଅଭୟ ସେଠୀ, ସେକ୍ ସାହାଜାହାନ, ସଂଗ୍ରାମ କେଶରୀ ଜେନା, ସଞ୍ଜୟ ନାୟକ, ଦାମୋଦର ପଣ୍ଡାଙ୍କ ସମେତ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଉପସ୍ଥିତି ଥିଲେ । ମୁଖ୍ୟ ବିଚାରପତି ଉତ୍ତର ଓଡିଶାକୁ ଦୁଇ ଦିନିଆ ଗସ୍ତରେ ବାଲେଶ୍ୱର ଓ ବାରିପଦା କୋର୍ଟ ପରିଦର୍ଶନ କରିଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ଭଦ୍ରକରେ ପହଞ୍ଚିବା ପରେ କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ବାର ହଲରେ ଓକିଲ ସଂଘର ସଦସ୍ୟଙ୍କ ସ୍ୱଳ୍ପକାଳିନ ଆଲୋଚନା ସାରି କଟକ ଫେରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.