ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟବ୍ୟାଙ୍କର ଦାନ ଉ୍ତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପରିଚାଳନା ତଥା ସମର୍ପଣର ସଭାପତି ତଥା ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟବ୍ୟାଙ୍କର ଓଡ଼ିଶା ମୁଖ୍ୟ ଶ୍ରୀମତୀ ବିଦ୍ୟା କ୍ରିଷ୍ଣନ୍ ଯୋଗଦେଇଥିଲାବେଳେ ସମ୍ମାନୀତ ଅତିଥିଭାବେ ଜେନେରାଲ ମ୍ୟାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନିଲ କୁମାର ଖେରନାର, ରିଜିଓନାଲ ମ୍ୟାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଡିଆରଡିଏର ପିଡି ସୁବାଷ ଚନ୍ଦ୍ର ରାଓ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀମତୀ କ୍ରିଷ୍ଣନ୍ ସମର୍ପଣ ଅନୁଷ୍ଠାନକୁ ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ବସ୍ତ୍ର ଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ବିଆଇର ବିଭିନ୍ନ ଶାଖାର ପରିଚାଳକ ଏବଂ ସମର୍ପଣର କମିଟି ସଦସ୍ୟ ଯୋଗେଦେଇଥିଲେ।