Home ଜିଲ୍ଲା ପରିକ୍ରମା ମା’ ମନ୍ତ୍ରବାସୁଳୀ ପୀଠରେ ଚାରାରୋପଣ, ସଚେତନତା ଓ ସମ୍ବଦ୍ଧନା କାର୍ଯ୍ୟକ୍ରମ

ମା’ ମନ୍ତ୍ରବାସୁଳୀ ପୀଠରେ ଚାରାରୋପଣ, ସଚେତନତା ଓ ସମ୍ବଦ୍ଧନା କାର୍ଯ୍ୟକ୍ରମ

25

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ସ୍ଥିତ ମା’ ମନ୍ତ୍ରବାସୁଳୀ ପୀଠରେ ଆଜି ଧାମନଗର ପ୍ରେସ୍ କ୍ଲବ, ଯାଦବ ମହାସଭା ଓ ତାରିଣୀ ଯୁବକସଂଘର ମିଳିତ ସହଯୋଗରେ ମନ୍ଦିର ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଓ ବୃକ୍ଷହିଁ ଜୀବନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ବୃକ୍ଷହିଁଜୀବନ ଏହା ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱ କରିଥିବାବେଳେ ଯାଦବମହାସଭାର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯାଦବମହାସଭାର ସାଧାରଣସମ୍ପାଦକ କୂଳମଣୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପ୍ରେସ୍ କ୍ଲବର ସାଧାରଣସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଧାମନଗର କାନ୍ତସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର, ସମ୍ପାଦକ ଶଚିକାନ୍ତ ପଣ୍ଡା, ଜିଲ୍ଳା ପରିଷଦ ସଭ୍ୟ ସୁରଥ ସେଠୀ, ଯୁବନେତା ଅବିନାଶ ବାରିକ ପ୍ରମୁଖ ଯୋଗଦେଇ ବୃକ୍ଷହିଁ ଜୀବନ ଏହାର ସୁରକ୍ଷା ନେବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ପରିବାର ତାଙ୍କ ବାଡ଼ିବଗିଚାରେ ଚାରାରୋପଣ କରିବାକୁ ମଧ୍ୟ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷଶବିତ୍ ମହେଶ୍ୱର ସ୍ୱାଇଁ, ଲମ୍ବୋଦର ଜେନା, ଆଇନ୍‌ଜୀବୀ ଅମରେନ୍ଦ୍ର ମହାନ୍ତି, ମନୋଜ ଗୁପ୍ତା, ଅଶୋକ ଦାସ, ଜୟନୁଲ ଆବେଦ୍ଦିନ୍‌, ବିଜୟ କୁମାର ରାମ, ପୂର୍ବତନ ସମିତିସଭ୍ୟ ଏମ୍‌ଡ଼ି ହବିବୁର ରହେମାନ୍‌(ହବନ)ଅଙ୍ଗନୱାଡ଼ି କର୍ମୀ ଜୟନ୍ତି ଜେନା, ପ୍ରଧାନଶିକ୍ଷକ ମନୋଜ ସିଂହ, ହେମେନ୍ଦ୍ର ମହାନ୍ତି, ମନୋଜ ଜେନା, ଶିକ୍ଷାବିତ୍ ଅଭିମନ୍ୟୁ ମଲ୍ଲିକ, ଯାଦବ ମହାସଭାର ମାଧବାନନ୍ଦ ଖଟୁଆ, ପ୍ରୀତମ ଦାସ, ରବିନ୍ଦ୍ର ଦାସ, ଲଲାଟେନ୍ଦୁ ଦାସ, କୃଷ୍ଣଚନ୍ଦ୍ର ଲେଙ୍କା, ରାଜୀବ ଦାସ, ମାନଗୋବିନ୍ଦ ଦାସ, ରାଜେନ୍ଦ୍ର ବେହେରା, ରମାକାନ୍ତ ବେହେରା, ରଂଜନ ବେହେରା ସମେତ ସାମ୍ବାଦିକ କୈଳାଶଚନ୍ଦ୍ର ଗୁପ୍ତା, ଅନନ୍ତ କୁମାର ଜେନା, ସେକ୍ ଜାଫର ଅଲ୍ଳୀ, ସରୋଜ କୁମାର ସେଠୀ, ଦେବାଶିଷ ରଥ, ବିବେକାନନ୍ଦ ସାମଲ, ମାନଗୋବିନ୍ଦ ଜେନା, ପ୍ରଶାନ୍ତ କୁମାର ସାହୁ, ଜ୍ଞାନେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମନ୍ଦିର ପରିସରରେ ଚାରାରୋପଣ କରିଥିଲେ ଏବଂ ଧାମନଗର ଅଂଚଳର ବୟଜ୍ୟଷ୍ଠ ଶ୍ରୀଯୁକ୍ତ ନରହରି ସାହୁ, ଅଙ୍କୁର ଜେନା, ମୁରଲିଧର ରାଉତ, ଶ୍ରୀପତି ରାଉତ ଓ ବିଷ୍ଣୁମୋହନ ସିଂକୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମା’ ତାରିଣୀ ଯୁବକ ସଂଘର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.