Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ୍ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ, ଯୁବସମାଜ ରାଜ୍ୟର ଭବିଷ୍ୟତ: ସମୃଦ୍ଧ...

ଧାମନଗର ବ୍ଲକ୍ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ, ଯୁବସମାଜ ରାଜ୍ୟର ଭବିଷ୍ୟତ: ସମୃଦ୍ଧ ଓଡ଼ିଶା ଗଠନରେ ଯୁବ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

29

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ର ଛାତ୍ରୀ ଓ ଯୁବସମାଜ ରାଜ୍ୟର ଭବିଷ୍ୟତ । ରାଜ୍ୟ ରାଜନୀତିର ସେମାନଙ୍କୁ ସାମିଲ କରାଇଲେ ନିଶ୍ଚିତ ଭାବେ ରାଜ୍ୟର ବିକାଶ ହୋଇପାରିବୋଲି ଆଜି ଧାମନଗର ବ୍ଳକ ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥିଭାବେର ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଂଜନ ତ୍ରିପାଠୀ କହିଛନ୍ତି । ଧାମନଗର ନିକଟସ୍ଥ ଭଗବାନପୁର ଠାରେ ବ୍ଳକ ବିଜୁ ଛାତ୍ର ଜନତା ଦଳର ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ବକ୍ତାଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ସମାଜ ଗଠନରେ ଗୁରୁଦାୟିତ୍ୱ ରହିଛି । ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ଗ୍ରାମାଞ୍ଚଳରେ ପହଂଚାଇବାର ମୁଖ୍ୟ ଭୂମିକା ରହିଛି ବୋଲି ଶ୍ରୀ ରାୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଜିଲ୍ଳ ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜୁ ଛାତ୍ର ଜନତାଦଳର ରଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଯୁବ ଛାତ୍ର ସମାଜ ଏବେ ଆଗେଇ ଆସି ଦଳତ୍ତତୃଣ ମୂଳ ସ୍ତରରୁ ଦାୟିତ୍ୱ ନେଲେ ନିଶ୍ଚିତ ଭାବରେ ବିଜୁ ଜନତାଦଳ ଅଧିକ ମଜବୁତ ହେବା ସହିତ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ସାକାର ହେବ ଏବଂ ନୂତନ ଓଡ଼ିଶାର ନୂଆ ବିନ୍ଧାଣି ଭାବେ ପରିଗଣିତ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଛାତ୍ର ଜନତାଦଳର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ନଗରସଭାପତି ସୁଶାନ୍ତ କୁମାର ରାଉତ, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ସମ୍ପାଦକ ପ୍ରଦୀପ କୁମାର ମଲ୍ଳିକ, ହରେକୃଷ୍ଣ ପାଢୀ, କଟସାହି ପଂଚାୟତର ଛାତ୍ର ନେତା ଦିବ୍ୟରଂଜନ ସାହୁ, ଏମ୍‌ଡ଼ି ଆବାସ, ବୟାନିକା ପଣ୍ଡା, ବ୍ଲକ ଛାତ୍ର ସମ୍ପାଦକ ଶୁଭେନ୍ଦୁ ସାହୁ, କ୍ରୀଡ଼ାବିତ୍ ସନ୍ତୋଷୀ ପୁହାଣ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ଲେଙ୍କା, ପ୍ରତାପ କୁମାର ସାମଲ, ସୁଶାନ୍ତ କୁମାର ନାୟକ, ବିଦ୍ୟାଧର ରାଉତ, ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ଥାଟୋଇ, ଜଗନ ସାହୁ, ଚକ୍ରଧର ଦାସ, ସାରଦା ରାଉତ,ଏମ୍‌ଡ଼ି ହବିବୁର ରହେମାନ ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳାଇ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ବ୍ଲକ ଛାତ୍ର ସଭାପତି ତୁଷାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ଏନ୍‌ଏସିରୁ ଶତାଧିକ ବିଜେଡ଼ିର ଛାତ୍ରନେତା ଓ ଆଇଟିସେଲ୍‌ର କର୍ମୀମାନେ ଯୋଗଦେଇଥିଲେ । ଏହି ଅବସରରେ ଭଗବାନପୁର ପଂଚାୟତ ବିଜୁଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଚ ଦେଇ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଅତିଥିମାନେ ଧାମନଗର ବିଜ୍ଞାପିତ ଅଂଚଳର ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.