Home କେନ୍ଦୁଝର ମୁଗୁପୁର ମାଇନର କେନାଲରେ ଆସୁନି ପାଣି, ଚାଷୀ ଭକୁଆ

ମୁଗୁପୁର ମାଇନର କେନାଲରେ ଆସୁନି ପାଣି, ଚାଷୀ ଭକୁଆ

77

ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗ କିଛି କେନାଲରେ ପାଣି ଛାଡିଥିଲେବି ଅଧିôକାଶଂ କେନାଲରେ ପାଣି ଯାଉ ନଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ମୁଗୁପୁର ମାଇନର କେନାଲ ଉପରେ ଛେନାପଦି, ଗଳିଗୋପାଳପୁର, ଶାସଙ୍ଗ, ବଡତୀରା, ଚୋରଗଡିଆ, ଶିବନାରାୟଣପୁର, ବଞ୍ଚୋ ଆଦି ଗ୍ରାମର ଚାଷୀମାନେ ନିର୍ଭର କରୁଥିବାବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଛଡାଯାଉ ନାହିଁ । ଫଳରେ ଚାଷୀମାନେ କିପରି ସେମାନଙ୍କ ଚାଷକାର୍ଯ୍ୟକୁ ଆଗେଇ ନେବେ ସେନେଇ ଆଶା ଅଶଙ୍କାରେ ଦିନ କାଟୁଛନ୍ତି । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ଅସଳେ କି ଦୁଇ ଅସଳା ବର୍ଷା ହେଲାନି । ଫଳରେ ଏହିସବୁ ଗାଁର ଶହଶହ ଏକର ଚାଷଜମି ପଡିଆ ପଡିଛି । ମୁଗୁପୁର ମାଇନର କେନାଲର ବିଭିନ୍ନ ସ୍ଥାନକୁ ମରାମତି କରାଯାଇ ନଥିବାବେଳେ ଶାସଙ୍ଗ ସବମାଇନର କେନାଲଟିର ଅବସ୍ଥା ମଧ୍ୟ ସମାନ । ତେଣୁ ଯୁଦ୍ଧକାଳୀନ ଭିତିରେ ଏହାକୁ ମରାମତି କରାଯାଇ ପାଣି ଛାଡିବାକୁ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ରବିନ ପାଢ଼ୀ, ପ୍ରାଣବହ୍ଲବ ବିଶ୍ୱାଳ, ଦୁର୍ଯ୍ୟୋଧନ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ସଞ୍ଜିବ କୁମାର ସ୍ୱାଇଁ, ଅଭୟ କୁମାର ବିଶ୍ୱାଳ, ରବିନ୍ଦ୍ର କୁମାର ପାତ୍ର, ପ୍ରସାନ୍ତ ସ୍ୱାଇଁ, ଅନାଦି ଚରଣ ବିଶ୍ୱାଳ, ନରହରି କୁଅଁର, ଖଗେଶ୍ୱର ବାରିକ, ବୀରଭଦ୍ର ବିଶ୍ୱାଳ, ଜଗବନ୍ଧୁ ରାଉତ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସେନାପତି ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତ କିଛିଦିନ ତଳେ କେନାଲରେ ପାଣି ଛଡାଯିବାକୁ ବ୍ୟବସ୍ଥା କରାଯାଉଥିବାବେଳେ ଛେନାପଦି ନିକଟରେ କିଛି ଲୋକ ଏହାକୁ ବିରୋଧ କରିବାରୁ ପାଣି ଛଡାଯାଇ ପାରିନାହିଁ । ଦିନେ ଦୁଇଦିନ ଭିତରେ ଆମେ ପାଣି ଛାଡିବାକୁ ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.