କୋରାପୁଟ ୦୬-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା ପଂଚାୟତର ହାଟସୁକୁ ,ମାଳିଖୁଡବି ଓ ପରଜାଖୁଡବି ଗ୍ରାମରେ ବିନା ଗ୍ରାମସଭରେ ଚୁନମାଟି ଖନନ କରାଯାଉଥିବା ହାଟସୁକୁର ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଭ୍ୟ ଅନନ୍ତ ନାୟକଙ୍କୁ ଦେଇଥିବା ଦାବିପତ୍ରରେ ଅଭିଯୋଗ କରାଯାଇଛି ।ଆଦିବାସୀଙ୍କ ରେକର୍ଡ ଜମିରେ ଖଣି ଖନନ ହେବାରୁ ଗ୍ରାମବାସୀ ବିରୋଧ କରି ପ୍ରଥମେ ଗ୍ରାମସଭା କରିବାକୁ ଦାବି କରିବାରୁ ୧୦୪ ଜଣ ଆଦିବାସୀଙ୍କ ନାମରେ ବିଭିନ୍ନ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏ ସଂପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରାଯାଇଛି ।କୋରାପୁଟଠାରେ ଦାବିପତ୍ର ପ୍ରଦାନ ବେଳେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଉପସ୍ଥିତ ଥିଲେ । ଖଡିମାଟି ସୁରକ୍ଷା ସମିତିର ସଭାପତି ତିଲକ ଗୁଞିଆ ଦାବିପତ୍ର ପ୍ରଦାନ କରିଥିବା ବେଳେ ପରଦେଶୀ ହନ୍ତାଲ ଓ ବଦ୍ରୀ ପାଙ୍ଗୀ ଉପସ୍ଥିତ ଥିଲେ ।
Home କୋରାପୁଟ ହାଟସୁକୁର ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଭ୍ୟଙ୍କୁ ଦାବିପତ୍ର ପ୍ରଦାନ








