ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ପୌରପାଳିକା ସମ୍ମୁଖ ପରିସରରେ ବିଭିନ୍ନ ଦାବି ନେଇ ଗଣଧାରଣା ଦିଆଯାଇଛି । ବାସୁଦେବପୁର ପୌରପାଳିକାରେ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି, କରୋନା ରିଲିଫ୍ ଚାଉଳ ଓ ବାତ୍ୟା ୟାସ୍ର ରିଲିଫ୍ ବଣ୍ଟନ, ୱାର୍ଡ ଗୁଡିକର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା ସଂପର୍କରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ଅଧିକାରୀଙ୍କୁ ଗତ ୨୪ ତାରିଖ ଦିନ ପ୍ରଦାନ କରାଯାଇଥିଲା । ଦାବିପତ୍ର ଅନୁସାରେ ସମସ୍ୟାର ସମାଧାନ ନହେବାରୁ ପୂର୍ବ ଘୋଷଣା ମତେ ଆଜି ପୌରପାଳିକା ସମ୍ମୁଖରେ ଉକ୍ତ ଗଣଧାରଣା ଦିଆଯାଇଛି । ଏହି ଧାରଣାରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ନଗର କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଧାରଣାରେ ସାମିଲ ହୋଇଥିଲେ ।