ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟ ପରିସରରେ ଥିବା ଜିଲ୍ଲା ନିବନ୍ଧନ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଜମି କିଣାବିକା ସେବା ପାଇବାରୁ ଜନସାଧାରଣ ବଞ୍ôଚତ ହେଉଥିବାର ଅଭିଯୋଗ ହୋଇଛି । ପ୍ରତିଦିନ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟକୁ ଜମିକିଣାବିକା ପାଇଁ ଶତାଧିକ ଲୋକ ଦୂରଦୂରାନ୍ତରୁ ଆସିଥାଆନ୍ତି । ମାତ୍ର ସ୍ଥାୟି ଜିଲ୍ଲା ସବ୍ରେଜିଷ୍ଟ୍ରର ପଦବୀ ଚାରିମାସ ହେବ ଖାଲି ପଡ଼ିଥିବାରୁ ଉକ୍ତ ପଦବୀରେ ଭଦ୍ରକର ତହସିଲ୍ଦାରଙ୍କୁ ଏହି ସବ୍ରେଜିଷ୍ଟ୍ରର ଦାୟିତ୍ୱ ଦିଆଯାଇଛି । ତହସିଲ୍ଦାର ନିଜ ପଦବୀରେ ବହୁ ବ୍ୟସ୍ତ ରହିବା ସହିତ ସବ୍ରେଜିଷ୍ଟ୍ରର କାର୍ଯ୍ୟମଧ୍ୟ ତୁଲାଉ ଅଛନ୍ତି । ଉକ୍ତ ଅଧିକାରୀଙ୍କୁ ବିଭିନ୍ନ ଅଫିସ୍ ଦାୟିତ୍ୱରେ ଥିବାରୁ ସେଠାରେ କାର୍ଯ୍ୟ ସାରି ସବ୍ରେଜିଷ୍ଟ୍ରର କାର୍ଯ୍ୟଳୟକୁ ବିଳମ୍ବରେ ପହଞ୍ଚୁôଥିବାରୁ ନିବନ୍ଧନ କାର୍ଯ୍ୟାଳୟରେ କାର୍ଯ୍ୟ କରିବାରେ ଘୋର ବାଧା ସୃଷ୍ଟି ହେଉଛି । ଏହି ନିବନ୍ଧନ କାର୍ଯ୍ୟାଳୟକୁ ଜମିକିଣାବିକା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ପ୍ରତିଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ମହିଳାଓ ପୁରୁଷ ଅପେକ୍ଷା କରି ଅଫିସ୍ ସମ୍ମୁଖରେ ଭିଡ଼ କରୁଥିବାର ପରିଲକ୍ଷିତ ହେଉଛି । କୋଭିଡ଼୍ ସମୟରେ ରେଜିଷ୍ଟ୍ରେସନ ପାଇଁ ଅଫିସକୁ ଆସୁଥିବା ଲୋକମାନେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଏବଂ କାର୍ଯ୍ୟାଳୟ ଆଗରେ ଧାଡିରେ ବହୁସମୟ ଛିଡାହେବାରୁ ଜନଅସନ୍ତୋଷ ସୃଷ୍ଟି ହେଉଛି । ସରକାରୀ ନିୟମ ଅନୁସାରେ ଜନସାଧାରଣକୁ ଗୋଟିଏ ଦିନର କାର୍ଯ୍ୟ ସେବାପାଇବା ପରିବର୍ତ୍ତେ ଦୁଇ ତିନିଦିନ ଅଫିସକୁ ଆସିବାକୁ ପଡ଼ୁଅଛି । ଯାହାଫଳରେ ଜମି କିଣାବିକା ପାଇଁ ଆସୁଥିବା ଲୋକମାନଙ୍କ ମନରେ ଜନଅସନ୍ତୋଷ ସୃଷ୍ଟି ହେଉଛି । ଏଣୁ ରାଜ୍ୟସରକାର ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ତୁରନ୍ତ ଭଦ୍ରକ ଜିଲ୍ଲା ନିବନ୍ଧନ (ରେଜିଷ୍ଟ୍ରେସନ) କାର୍ଯ୍ୟାଳୟରେ ଜଣେ ସ୍ଥାୟୀ ସବ୍ରେଜିଷ୍ଟ୍ରାର ନିଯୁକ୍ତି କରିବାକୁ ସାଧାରଣରେ ଦାବୀ ହୋଇଛି ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ନିବନ୍ଧନ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଜମି କିଣିବିକା ସେବା ପାଇବାରୁ ଜନସାଧାରଣ ବଂଚିତ