Home ଜିଲ୍ଲା ପରିକ୍ରମା ନୂତନ ରୋଟାରୀ ବର୍ଷ ପ୍ରାରମ୍ଭରେ ରୋଟାରୀ କ୍ଲବ ଭଦ୍ରକର ବହୁମୁଖି କାର୍ଯ୍ୟକ୍ରମ

ନୂତନ ରୋଟାରୀ ବର୍ଷ ପ୍ରାରମ୍ଭରେ ରୋଟାରୀ କ୍ଲବ ଭଦ୍ରକର ବହୁମୁଖି କାର୍ଯ୍ୟକ୍ରମ

43

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ରୋଟାରୀ ନୂତନ ବର୍ଷ ଜୁଲାଇ ୧ ପ୍ରଥମ ଦିବସରେ ରୋଟାରି କ୍ଲବ ଭଦ୍ରକ ଆନୁକୁଲ୍ୟରେ ବୃକ୍ଷରୋପଣ,ରକ୍ତଦାନ ଶିବିର, ଚାଟାର୍ଡ ଦିବସ ପାଳନ, ଡାକ୍ତର ଦିବସ ପାଳନ ଓ ଅନ୍ନଦାନ କାର୍ଯ୍ୟକ୍ରମ କ୍ଲବର ସଭାପତି ରୋଟାରିଆନ ଇଂ ବସନ୍ତ ପାଣିଗ୍ରାହି ଓ ସଂପାଦକ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ନେତୃତ୍ୱରେ ସଂପାଦିତ ହୋଇଯାଇଛି ।ପ୍ରଭାତରେ କ୍ଲବର ପ୍ରତିଷ୍ଠାତା ସଭାପତି ୰ରାଖାଲ ଚନ୍ଦ୍ର ଦାସ ଓ ପ୍ରତିଷ୍ଠାତା ସଦସ୍ୟ ୰ପ୍ରକାଶ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପୁର୍ବାହ୍ଣରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଦ୍ରକ ଓ ଜିଲ୍ଲା ସ୍କୁଲ ଭଦ୍ରକ ପରିସରରେ କ୍ଲବର ସଦସ୍ୟମାନେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ମୁଖ୍ୟ ଅତିଥିରୂପରେ ଯୋଗଦେବା ସହ ବୃକ୍ଷରୋପଣ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପରବର୍ତି ପର୍ଯ୍ୟାୟରେ ଉକ୍ତ ରୋଟାରୀ ବର୍ଷରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସର୍ବନିମ୍ନ ୧୦୦୦ ବୃକ୍ଷରୋପଣ କରାଯିବାକୁ କ୍ଲବର ସଭାପତି ଇଂ ପାଣିଗ୍ରାହୀ ଘୋଷଣା କରିଥିଲେ । ପୁର୍ବାହ୍ଣ ୧୦ ଘଟିକା ସମୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ପରେ କ୍ଲବର ପୋଷ୍ୟଗ୍ରାମ ଡଗମୁଣ୍ଡାରେ କଲୋନି ଅଧିବାସୀଙ୍କୁ ଅନ୍ନଦାନ କରାଯାଇଥିଲା । ଜଗନ୍ନାଥ ମନ୍ଦିର ବାଇପାସ୍ ଠାରେ କ୍ଲବର ସଭାପତି ଇଂ ପାଣିଗ୍ରାହିଙ୍କ ସଭାପତିତ୍ୱରେ ଚାଟାର୍ଡ ଆକାଉଂଟାଂଟ୍ ଦିବସ ପାଳନ ଅବସରରେ ମୂଖ୍ୟ ଅତିଥି ଚାଟାର୍ଡ ଆକାଉଂଟାଂଟ୍ ଗଗନ ବିହାରୀ ଦାସ, ବିଚିତ୍ରାନନ୍ଦ ଦାସ, ଅଶୋକ କୁମାର ମିଶ୍ର, ପବନ ଅଗ୍ରଓାଲ୍ ଓ ପ୍ରତାପ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତାଭବନ ପରିସରରେ ରୋଟାରୀକ୍ଲବ ଭଦ୍ରକ ଓ ଭାରତୀୟ ଭେଷଜ ପରିଷଦ , ଭଦ୍ରକ ଶାଖା ର ମିଳିତ ଆନୁକୂଲ୍ୟରେ ଡାଃ ରବିନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ଡାକ୍ତର ଦିବସ ପାଳନ କରାଯାଇଥିଲା । ଉକ୍ତ ସଭାରେ ରୋଟାରୀ କ୍ଲବ ସଭାପତି ଇଂ ବସନ୍ତ ପାଣିଗ୍ରାହୀ ମୂଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ । ଏହି ଅବସରରେ ଡାଃ ବିଭୂତି ନାୟକ, ଡାଃ ପ୍ରଭାସ କୁମାର ମହାନ୍ତି, ଡାଃ ଗୌରଚନ୍ଦ୍ର ଜେନା, ଡାଃ ଅଧର କୁମାର ନାୟକ, ଡାଃ ପୁର୍ଣଚନ୍ଦ୍ର ଦାସ, ଡାଃ ଝସକେତନ ମହାନ୍ତି ଓ ଲ୍ୟାବୋରେଟୋରୀ ଆସିଷ୍ଟାଂଟ ନିଳିମା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସଦସ୍ୟ ଡାଃ ପ୍ରଭାସ ମହାନ୍ତି ରୋଟାରୀ କ୍ଲବ ଭଦ୍ରକର ଇତିହାସ ଓ ଆଓାର୍ଡ କମିଟିର ଇତିବୃତି ପ୍ରଦାନ କରିବା ଅବସରରେ କ୍ଲବ ର ସୁବର୍ଣ୍ଣ ଜୟନ୍ତି ପାଳନରେ ଭାରତୀୟ ଭେଷଜ ପରିଷଦ , ଭଦ୍ରକ ଶାଖାର ସହଯୋଗ କାମନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହେଯାଗରେ ଉକ୍ତ କାର୍ଯ୍ୟକ୍ରମ ଗୁଡିକ ସଂପାଦିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.