ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ଭଦ୍ରକର ସ୍ୱତନ୍ତ୍ର ପେସ୍କୋ (ଫାଷ୍ଟ ଟ୍ରାକ୍) କୋର୍ଟର ଉଦ୍ଘାଟନ ଆଜି ଭର୍ଚୁଆଲ ମୋଡ୍ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ଦ୍ୱାରା ସଂପନ୍ନ ହୋଇଛି । ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶବ୍ୟାପୀ ନାବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ମାମଲା ଗୁଡିକ ବିଚାର ପାଇଁ ସରକାର ସ୍ୱତନ୍ତ୍ର ପେସ୍କୋ ଆଇନ୍କୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ୬ ମାସ ଭିତରେ ଶୁଣାଣି ଶେଷ କରିବା ପାଇଁ ଆଇନ୍ ପ୍ରଣିତ କରିଛନ୍ତି । ସେଥିପାଇଁ ଆନୁସଙ୍ଗିକ କୋର୍ଟ ତଥା ବିଚାରପତି ନିଯୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲାରେ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ଶୁଭ ଉଦ୍ଘାଟନ ହୋଇଛି । ଏହି କୋର୍ଟର ସମସ୍ତ ବିଚାରପତିମାନେ, ଅବସରପ୍ରାପ୍ତ ଜିଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି । ଭଦ୍ରକରେ ମିନତୀ କୁମାରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଏହି କୋର୍ଟ ଉଦ୍ଘାଟନରେ ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ଶତାଧିକ ଅନ୍ତେବାସୀ ଉପକୃତ ହେବେ । ଆଜିର ଏହି ଉଦ୍ଘାଟନ ସମାରୋହରେ ଭଦ୍ରକ ଜିଲା ଜଜ୍ ଶିଶିର କୁମାର ରଥ, ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲାଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦେବଦତ୍ତ ପଟ୍ଟନାୟକ, ବରିଷ୍ଠ ଦେୱାନୀ ଜଜ୍ ହିମାଂଶୁ ଶେଖର ବିଶ୍ୱାଳ, କନିଷ୍ଠ ଦେୱାନୀ ଜଜ୍ ଅବିନାଶ ଚିନାରା, ସହକାରୀ ବରିଷ୍ଠ ଦେୱାନୀ ଜଜ୍ ଶର୍ମିଷ୍ଠା ଦାସ, ଏସ୍ଡିଜେଏମ୍ ଅଳକାନନ୍ଦା ମହାନ୍ତି, ନିଳିମା ଷଡଙ୍ଗୀ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ପ୍ରଜ୍ଞା ପରମିତା ମହାନ୍ତି, ସୁଶ୍ରୀ ରିତିକା ଜେନା, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର, ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ଆଇନ୍ଜୀବୀ ନିରାକାର ଜେନା, ବସନ୍ତ ଦାସ, ପର୍ଶୁରାମ ଦ୍ୱିବେଦୀ, ରାୟ ରାମାନନ୍ଦ ମହାପାତ୍ର, ଗଦାଧର ବଳ, ସଂଜୟ ମାଝୀ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରୀ ନାଥ, ନିଶିକାନ୍ତ ନାୟକ, ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ପୋସ୍କା କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ମନୋରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।