Home ଜିଲ୍ଲା ପରିକ୍ରମା ମଣିଷ ଓ ପଶୁଙ୍କ ଭିତରେ ନିବିଡତା ; ମାଙ୍କଡଙ୍କ ପ୍ରେମରେ ଯୁବକ

ମଣିଷ ଓ ପଶୁଙ୍କ ଭିତରେ ନିବିଡତା ; ମାଙ୍କଡଙ୍କ ପ୍ରେମରେ ଯୁବକ

180

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମେ ଅନେକ ସମୟରେ ମଣିଷ ଓ ପଶୁମାନଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ ଓ ନିବିଡତାର ଚିତ୍ର ଦେଖିବାକୁ ପାଉ । ତେବେ ଆଜିର ସମାଜରେ ମଣିଷ କେବଳ ନିଜର ସ୍ୱାର୍ଥ ବ୍ୟତୀତ ଅନ୍ୟ କାହା କଥା ଚିନ୍ତା କରିବାକୁ ସମୟ ପାଉନାହିଁ । ଆଉ ନିରୀହ ପଶୁମାନଙ୍କ କଥା ପଚାରେ କିଏ । କିନ୍ତୁ ଏହି ମହାମାରୀ ସମୟରେ ନିରୀହ ପଶୁମାନଙ୍କ ପ୍ରେମରେ ବାନ୍ଧି ହୋଇ ପଡିଛନ୍ତି ଜଣେ ଯୁବକ । ଯାହା ଜଣେ ଆଖିରେ ନଦେଖିଲେ ବିଶ୍ୱାସ କରିବ ନାହିଁ । ଏହି ଯୁବକଙ୍କ ଏଭଳି ସ୍ନେହ ଆଉ ନିବିଡତାକୁ ଦେଖି ମାଙ୍କଡମାନେ ତାଙ୍କର ନିଜଲୋକ ପାଲଟି ଯାଇଛନ୍ତି । ଭଦ୍ରକ ବରାଳପୋଖରୀ ଗ୍ରାମରେ ଏହିଭଳି କୌତୁହଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ମହାମାରୀ ସମୟରେ ଚାରିଆଡେ ତାଲା ବନ୍ଦର ପ୍ରଭାବ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ଫଳରେ ବୁଲା ପଶୁମାନେ ଖାଇବା ପାଇଁ ହଇରାଣର ସମ୍ମୁଖୀନ ହେଉଛନ୍ତି । ଏଭଳି କ୍ଷେତ୍ରରେ ଏ ଯୁବକ ଜଣକ ହାତରେ ବିସ୍କୁଟ ଧରି ଡାକଟିଏ ମାରିଦେଲେ ମାଙ୍କଡମାନେ ତାଙ୍କ ଚାରିପଟେ ରୁଣ୍ଡ ହୋଇ ଶ୍ରଦ୍ଧାର ସହ ତାହା ଖାଇଥାନ୍ତି । ଏହି ଦୃଶ୍ୟ ମାଙ୍କଡ ଓ ମଣିଷ ମଧ୍ୟରେ ଥିବା ଅନାବିଳ ପ୍ରେମକୁ ସାଉଁଟି ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.