ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ଏକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ ନିବେଦନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ପୌରପାଳିକାର ପୂର୍ବତନ ପୌରପାଳ, ପୂର୍ବତନ ପାରିଷଦ, ବୁଦ୍ଧିଜୀବୀ ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଖେଳରେ ରାଜ୍ୟ ଓ ଦେଶକୁ ପ୍ରତିନିଧିତ୍ୱ କରିଥିବା ସୁନାମଧନ୍ୟ ଖେଳାଳିମାନେ କ୍ରୀଡାର ଭିତ୍ତିଭୂମିର ଉନ୍ନତି ପାଇଁ ଭଦ୍ରକ ସହର ଉପକଣ୍ଠରେ ଏକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିବେଦନ କରିଥିଲେ । ଜିଲାରୁ ଅନେକ ଖେଳାଳି ଭିତ୍ତିଭୂମିର ଅଭାବ ଯୋଗୁଁ ନିଜର ପ୍ରତିଭା ଦେଖାଇବାରେ ସୁଯୋଗ ପାଉନଥିଲେ । ତେଣୁ ଜିଲାରେ ଏକ ଇନଡୋର ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଏ ନେଇ ତ୍ୱରିତ୍ୱ ପଦକ୍ଷେପ ସରକାର ଗ୍ରହଣ କରି ଏ ଦିଗରେ ପ୍ରୟାସ ଆରମ୍ଭ କରାଯିବ ବୋଲି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଆଶ୍ୱାସନା ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ ।