Home Top News ଓଡ଼ିଶା ଚାଷୀ ଓ ଚାଷ ବିରୋଧି କୋଷ୍ଟାଲ ହାଇୱେ

ଓଡ଼ିଶା ଚାଷୀ ଓ ଚାଷ ବିରୋଧି କୋଷ୍ଟାଲ ହାଇୱେ

98

ଭୁବନେଶ୍ୱର ୨୨.୬ (ଓଡ଼ିଆ ପୁଅ) – ଭାରତମାଳା ଯୋଜନାରେ ନିର୍ମାଣ ହେବାକୁ ଯାଉଥିବା କୋଷ୍ଟାଲ ହାଇୱେ ରାଜ୍ୟର ସମୁଦ୍ରତଟବର୍ତୀ ଠାରୁ ୪୦୦ କି.ମି.ଲମ୍ବରେ ହେବ। ଏଥିପାଇଁ ନଦୀ ଅବବାହିକା ଓ ଡେଲଟା ଅଚଂଳରେ ଲକ୍ଷାଧିକ ହେକ୍ଟର ଉର୍ବର ଜମି ଚାଷୀମାନେ ହରାଇବେ। ଅତି ଉର୍ବର ଚାଷ ଜମିରେ ହାଇୱେ ଓ ତାର ଦୁଇ ପାଶ୍ୱର୍ରେ ନନଜୁରୀ ଜମି ଏ ସମସ୍ତ ଜମି ହରାଇବାକୁ ପଡ଼ିବ କାହା ସ୍ୱାର୍ଥରେ ? ବେପାରୀଙ୍କ ପରିବହନ ପାଇଁ ଏହା ଉଦ୍ଦିଷ୍ଟ। ଏହା କାର୍ୟ୍ୟକାରୀ କରିବାକୁ ଗଲାବେଳେ ଭାଜପା ନେତାମାନେ ମନେ ରଖିବା ଉଚିତ ଯେ ଅଟଳ ବିହାରୀ ବାଜପେଇଙ୍କ ନଦୀ ସଂଯୋଜକୀକରଣ ଯୋଜନା ହୋଇପାରିଲା ନାହିଁ।

କୋଷ୍ଟାଲ ହାଇୱେ ବଦଳରେ କୋଷ୍ଟ କେନାଲ ଖୋଳାଇଲେ ରାଜ୍ୟ ଓ ରାଜ୍ୟବାସୀଙ୍କ ବହୁମୁଖି ଉପକାର ଆସିବ। ସମୁଦ୍ରକୁ ବର୍ଷକ ଭିତରେ ୫୭% ବର୍ଷାଜଳ ବୋହି ନଯାଇ ଏହି କେନାଲରେ ରହିବ। ଲୁଣାପାଣିର କୁ ପ୍ରଭାବରୁ ଲକ୍ଷଲକ୍ଷ ହେକ୍ଟର ଚାଷଜମିକୁ ରକ୍ଷା ମିଳିବ। ସବୁ ବଡ଼ କେନାଲରେ ଶେଷଭାଗ ଜମିକୁ ଜଳ ମାଡ଼ନୁଥିବା ସଂକଟରୁ ଚାଷୀକି ଓ ଚାଷକୁ ରକ୍ଷା କରିବ। ତଟବର୍ତୀର ସମସ୍ତ ବନ୍ଦର ଓ ସହରକୁ ପାନୀୟ ଜଳ ଯୋଗାଇହେବ କେନାଲର ଦୁଇ ପାଶ୍ୱର୍ରେ ଦୁଇଗୋଟି ରାସ୍ତା ପର୍ୟ୍ୟଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ। ଏଥିରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବ। କେନାଲରେ କଂଟେନର ପରିବହନ ସୁଗମ ହେବ। ତଟବର୍ତୀ ପରିବେଶରେ କ୍ଷତି ହେବ ନାହିଁ। ଏସବୁକୁ ଅନୁଧ୍ୟାନ ନକରି କେଉଁ ଭାବରେ ଓ କାହିଁକି ରାଜ୍ୟବାସୀଙ୍କୁ କ୍ଷତି ପହଂଚାଇବାର ଉଦ୍ୟମ କେନ୍ଦ୍ର ସରକାର କାହିଁକି କରୁଛନ୍ତି ଓ ଏଥିରେ ରାଜ୍ୟ ସରକାର ସହଯୋଗ କରୁଛନ୍ତି କାହିଁକି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ରାଜ୍ୟର ସନ୍ତାନ କାହା ସ୍ୱାର୍ଥରେ ରାଜ୍ୟର ଏପରି କ୍ଷତି ଘଟାଇବାକୁ ଯାଉଛନ୍ତି ଲକ୍ଷ ଲକ୍ଷ ଚାଷୀ ଜମି ହରାଇବେ। ରାଜ୍ୟ ଚାଷଜମି ହରାଇବ। ରାଜ୍ୟ ସରକାର ମଧ୍ୟ କେଉଁ ସ୍ୱାର୍ଥରେ ଗ୍ରହଣ କରିଛନ୍ତି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.